ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଟିକ ଟକକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଟିକ ଟକ ଚାଇନା ଆପ ହୋଇଥିବାରୁ ଏହା ଉପରେ ଭାରତ ପ୍ରତିବନ୍ଧକ ଲଗାଇସାରିଛନ୍ତି । ତେବେ ଏହି ଚାଇନା ଆପ ଟିକ୍-ଟକ୍ ର ସିଇଓ କେଭିନ ମେୟର କୌଣସି କାରଣରୁ ଅସୁବିଧାରେ ନ ପଡିବା ପାଇଁ ଇସ୍ତଫା ଦେଇଛନ୍ତି । ଏହି ଖବର ନ୍ୟୁଜ୍ ଏଜେନ୍ସି ଏଏଫପି ଦ୍ୱାରା ଜଣା ପଡିଛି । ଗତ କିଛି ସପ୍ତାହ ଧରି ଆମେରିକାରେ ଟିକ୍-ଟକ୍ ଉପରେ ନିଷେଧାଦେଶ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, କମ୍ପାନି ଏହାର ଆମେରିକୀୟ ସମଗ୍ରୀ ବିକ୍ରୟ କରିବ ଓ ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇବ ।
ସୂଚନା ଅନୁସାରେ , କେଭିନ ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକ୍-ଟକ୍ ର ସିଇଓ କରାଯାଇଥିଲା। ଏହାପୂର୍ବରୁ ସେ ଡିଜନୀରେ ବରିଷ୍ଠ କାର୍ୟ୍ୟନିର୍ବାହୀ ଅଧିକାରୀ ଥିଲେ। କେଭିନ ମେୟର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ପରିବେଶ ବହୁତ ବଦଳିଛି। ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲି, ତାହା ମୁଁ କରିଛି। ଟିକ୍-ଟକ୍ ର ମୁଖପାତ୍ର କହିଛନ୍ତି ଯେ, କେଭିନ ମେୟରଙ୍କ ନିଷ୍ପତ୍ତିକୁ କମ୍ପାନି ସମ୍ମାନ ଜଣାଉଛି । କମ୍ପାନି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ ରାଜନୈତିକ ଗତିଶୀଳତା ବଦଳିବା ସହିତ ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024