ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ବାବା ରାମଦେବ ନିଜ ଯୋଗ ପାଇଁ ଓ ବିଭିନ୍ନ ପ୍ରକାରର ବ୍ୟାୟାମ ପାଇଁ ସବୁବେଳେ ଲୋକଲୋଚନରେ ରହି ଆସିଛନ୍ତି । ତେବେ ନିଜର ବ୍ରାଣ୍ଡ ପତଞ୍ଜଳିର ଚାହିଦା ମଧ୍ୟ କିଛି କମ ନାହିଁ । କରୋନା ସମୟରେ ବହୁଳ ମାତ୍ରାରେ ପତଞ୍ଜଳି ବିସ୍କୁଟ ବ୍ୟବହାର ହୋଇଛି ଜ୍ଝ ଆର୍ଥିକ ବର୍ଷ ୨୦୧୯-୨୦ ରେ କ୍ଷୀର ବିସ୍କୁଟ ବଜାର ବୃଦ୍ଧି ପାଇ ୧୮୦୦ କୋଟି ଟଙ୍କା ହୋଇଛି ଜ୍ଝ ପତଞ୍ଜଳି ବିସ୍କୁଟ ବ୍ୟବସାୟ ଚଳିତ ଆର୍ଥିକ ବର୍ଷରେ ହର୍ଲିକ୍ସକୁ ମଧ୍ୟ ପଛରେ ପକାଇ ଦେଇଛି ଜ୍ଝ ଆର୍ଥିକ ବର୍ଷ ୨୦୧୭-୧୮ ରେ ପତଞ୍ଜଳି ବିସ୍କୁଟ ବ୍ୟବସାୟ ୨୮୪ କୋଟି ଟଙ୍କା ହୋଇଥିଲା ଜ୍ଝ ତାହା ଚଳିତ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୪୪୨ କୋଟି ଟଙ୍କା ହୋଇଛି ଜ୍ଝ ପତଞ୍ଜଳି ଘିଅ,ମ୍ୟାଗି , ଅଟା, ମହୁ, ଟୁଥପେଷ୍ଟ, ବିସ୍କୁଟ ଶ୍ରେଣୀରେ ନିଜର ଉପସ୍ଥିତିକୁ ମଜବୁତ କରିଛି ଜ୍ଝ ବ୍ରିଟାନିଆର କ୍ଷୀର ବିସ୍କୁଟ ମାର୍କେଟ ଡିଲର କିନ୍ତୁ ତାର ଅଂଶଧନ ହ୍ରାସ ପାଇ ୪୮.୯ ପ୍ରତିଶତ ରହିଛି ଜ୍ଝ ଆର୍ଥିକ ବର୍ଷ ୨୦୧୭-୧୮ ରେ ହର୍ଲିକ୍ସ ବିସ୍କୁଟର ବଜାର ଅଂଶଧନ ୧୪.୩ ପ୍ରତିଶତ ଥିଲା ଏବଂ କ୍ଷୀର ବିସ୍କୁଟ ଶ୍ରେଣୀରେ ଏହା ଦ୍ୱିତୀୟ ସବୁଠାରୁ ବଡ ବ୍ରାଣ୍ଡ ଜ୍ଝ ବର୍ତ୍ତମାନ ପତଞ୍ଜଳି କ୍ଷୀର ବିସ୍କୁଟ ୧୩.୬ ପ୍ରତିଶତ ସବୁଠାରୁ ବଡ କ୍ଷୀର ବିସ୍କୁଟ ବ୍ରାଣ୍ଡ ହୋଇଛି ଜ୍ଝଫୋର୍ବସ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୧୭-୧୮ ରେ କ୍ଷୀର ବିସ୍କୁଟର ବଜାର ୧୪୫୦ କୋଟି ଟଙ୍କା ଥିଲା ଜ୍ଝ ସେତେବେଳେ ପତଞ୍ଜଳିର ମାର୍କେଟିଙ୍ଗ ୬.୭ ପ୍ରତିଶତ ଥିଲା ଓ ସେ ୯୭ କୋଟି ଟଙ୍କାର ବିସ୍କୁଟ ବିକ୍ରି କରିଥିଲା ଜ୍ଝ ବ୍ରିଟାନିଆର କ୍ଷୀର ବିସ୍କୁଟ ୫୦ ପ୍ରତିଶତ ମାର୍କେଟିଙ୍ଗ ସହ ଶୀର୍ଷରେ ଥିଲା କିନ୍ତୁ ବର୍ତ୍ତମାନ ତାର ମାର୍କେଟିଙ୍ଗ ସାମାନ୍ୟ ହ୍ରାସ ପାଇ ୪୮.୯ ପ୍ରତିଶତ ହୋଇଛି ଜ୍ଝ ତଥାପି ସେ ପ୍ରଥମ ସ୍ଥାନରେ ଅଛି ଜ୍ଝ ବର୍ତ୍ତମାନ ବଜାରରେ ଏବେ ସୁଧ ଆୟୁର୍ବେଦିକ ଦ୍ରବ୍ୟକୁ ସମସ୍ତେ କିଣିବାକୁ ପସନ୍ଦ କରୁଛନ୍ତି । ତେବେ ଲକଡାଉନ ସମୟରେ ପତଞ୍ଜଳି ବିସକୁଟ ଅଧିକ ବିକ୍ର ହୋଇଥିବା ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024