ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଛୁଟି ଦିନରେ ମଧ୍ୟ କ୍ଲାସରୁମରେ ପାଠପଢିଲେ ଛାତ୍ରଛାତ୍ରୀ । ରାଜଧାନୀ ଭୂବନେଶ୍ୱର ଘରୋଇ ସ୍କୁଲ ରେ ଚାଲିଛି ପାଠପଢା । କରୋନାର ଦୀର୍ଘ ଦୁଇମାସ ପରେ ସ୍କୁଲ ଖୋଲିଥିବା ବେଳେ କୋଭିଡ ଗାଇଡଲାଇନ ନିୟମ ମାନି ପାଠପଢା ହେଉଛି ।
ସ୍କୁଲରେ ଠିକଭାବେ ଗାଇଡଲାଇନମାନି ପାଠପଢା ହେଇଛି କି ନାହିଁ ଏନେଇ ସ୍ଥିତିର ଅନୁଦ୍ଧାନ କରୁଛନ୍ତି ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ । ଭୂବନେଶ୍ୱରକୁ ୨୬ ଟି କଷ୍ଟର କରାଯାଇଛି । ଗୋଟେ କ୍ଲଷ୍ଟର ରେ ୧୦ ଟି ସ୍କୁଲ ରହିଛି । ସେଥିପାଇଁ ୨୬ ଟି ଟିମ ଗଠନ କରାଯାଇଛି ।
ଆସିଷ୍ଟାଣ୍ଟ ଟିଚରମାନେ ସ୍କୁଲ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ ମାନେ ସାମାଜିକ ଦୁରତା ରକ୍ଷାକରୁଛନ୍ତି କି ନାହିଁ ଏଥିପ୍ରତି ଦୃଷ୍ଟି ଦେବା ସହ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ ସେଥିପ୍ରତି ତଦାରଖ କରୁଛନ୍ତି । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ରବିବାର ହେଲେ ମଧ୍ୟ ପାଠପଢିବା ପାଇଁ ବେଶ ଆଗ୍ରହର ଆସୁଥିବାର ଦେଖିବାକୁ ମିଳୁଛି ।
ଆସନ୍ତା କାଲି ଯୁକ୍ତ ଦୁଇ ଓ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବାକୁ ଥିବାବେଳେ ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି ପ୍ରକ୍ରିୟା । ଗୋଟେ ବେଞ୍ଚରେ ଦୁଇ ଜଣ ବସିବେ ଏବଂ ଦୁଇଟି ସେକ୍ସନରେ ଛାତ୍ରଛାତ୍ରୀ ମାନେ କ୍ଲାସ କରିବେ ବୋଲି ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ।