ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟା ଆକାଉଣ୍ଟ ବ୍ୟାନ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜଣାତରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ।ମୋଦିଙ୍କ ଟ୍ୱିଟରରେ ଫଲୋଅପ ସଂଖ୍ୟା ୬୪.୭ ମିଲିୟନ ଥିବା ବେଳେ ଟ୍ରମ୍ପଙ୍କ ଫଲୋଅପ ସଂଖ୍ୟା ୧୨୭.୯ ମିଲିୟନ ରହିଛି ।ଯାହାକି ସେ ସର୍ବାଓିକ ଫଲୋଅପ ଥିବା ପୃଥିବୀର ଏକ ନମ୍ବରରେ ରହିଛନ୍ତି ।
ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨୩.୩ ମିଲିଅନ ଫଲୋଅବ ରହିଥିବା ବେଳେ ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଲୋଅପ ସଂଖ୍ୟା ୨୪.୨ ମିଲିଅନ ରହିଛି । ସେହିପରି ଦିଳ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜିୱାଲଙ୍କ ଫଲୋଅପ ସଂଖ୍ୟା ୨୧.୨ ମିଲିଅନ ରହିଛି ।
ଟ୍ରମ୍ପଙ୍କ ସମର୍ଥକ ମାନେ ସଂସଦ ଭବନ ପରିସରରେ ହିଂସାକାଣ୍ଡ ଘଟାଇଥିବା ବେଳେ ପୁଲିସ କର୍ମଚାରୀମାନଙ୍କ ଗୁଳି ବିନଦମୟରେ ୪ ଜଣଙ୍କର ମୃତ୍ୟୁ ହେଇଥିଲା ଓ ପରେ ଆଗକୁ ଏହି ହିଂସା କାଣ୍ଡ ପୁଣିଥରେ ହେବ ନେଇ ଟ୍ରମ୍ପଙ୍କ ଫେସବୁକ ଓ ଟ୍ୱିଟର ଆକାଉଣ୍ଟ କୁ ସବୁଦିନ ପାଇଁ ବ୍ଲକ କରିଦେଇଛନ୍ତି ।