ଅନୁଗୁଳ (ଏଟିଆର ବ୍ୟୁରୋ): ଅନୁଗୁଳ ଜିଲ୍ଲାର କୋଶଳା ଗ୍ରାମରେ ମା’ ରାମଚଣ୍ଡି ମନ୍ଦିର ଅବସ୍ଥିତ । ଏହି ଗାଁ ଶକ୍ତିପୀଠ ମା’ରାମଚଣ୍ଡିଙ୍କ ନାଁରେ ପ୍ରସିଦ୍ଧ । ମା’ଙ୍କର ମହାନ ଶକ୍ତି ଅଛି ବୋଲି ବିଶ୍ୱାସ ରହିଛି । ତାହା ସହିତ ଯେଉଁ ମହିଳାମାନଙ୍କର କୌଣସି ଛୁଆ ପିଲା ହେଉ ନାହିଁ, ସେମାନେ ଏହି ମା’ଙ୍କ ଠାରେ ପୂଜାର୍ଚ୍ଚନା କଲେ ତାଙ୍କର ସନ୍ତାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ପୁରୁଣା ମନ୍ଦିରର ମୂଳଦୁଆରେ ଏକ ନୂତନ ମନ୍ଦିରର ନିର୍ମାଣ କରାଯାଇଛି । କୃଷ୍ଣ ପକ୍ଷ ଭାଦ୍ରବର ଦ୍ୱିତୀୟ ଦିନରେ ଏଠାରେ ଏକ ଯାତ୍ରାର ଆୟୋଜନ କରାଯାଏ । ଏହି ଯାତ୍ର ରାମଚଣ୍ଡୀ ଯାତ୍ରା ତଥା କାଦୁଆଳୀ ଯାତ୍ରା ନାମରେ ବେଶ ଜଣା ଶୁଣା । ପ୍ରତ୍ୟେକ ବର୍ଷ ମା’ଙ୍କର ଏହି ଯାତ୍ରା ଖୁବ୍ ଧୁମ୍ ଧାମରେ ପାଳନ କରାଯାଏ । ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହି ଯାତ୍ରାରେ ।