ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ଆରମ୍ଭ ଭାଦ୍ରବ ମାସ । ଏହି ମାସରେ ଅନେକ ପୂଜା ପର୍ବ ପଡିଥାଏ । ସେଥିମଧ୍ୟରୁ ଜନ୍ମାଷ୍ଟମୀ ଅନ୍ୟତମ । ଏହି ପୂଜାକୁ ଖୁବ୍ ଧୁମ୍ ଧାମରେ ପାଳନ କରାଯାଏ ।
ଚଳିତଥର ଜନ୍ମାଷ୍ଟମୀରେ ଅନେକ ଶୁଭ ଯୋଗ ରହିଛି । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଏଥରକ ଦୁଇଦିନ ପଡୁଛି । ଯାହାଫଳରେ ଜନ୍ମାଷ୍ଟମୀ ତାରିଖକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ରହିଛି । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀର ସଠିକ ତାରିଖ, ଯୋଗ ଏବଂ ମୁହୂର୍ତ୍ତ ।
ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୮ ଗୁରୁବାର ରାତି ୯ଟା ୨୧ ମିନିଟ୍ ରୁ ଆରମ୍ଭ ହୋଇ ଏହା ୧୯ ତାରିଖ ଶୁକ୍ରବାର ରାତି ୧୦ ଟା ୫୦ ରେ ଶେଷ ହେବ । ଧାର୍ମିକ ମାନ୍ୟତାନୁସାରେ କୃଷ୍ଣଙ୍କ ଜନ୍ମ ମଧ୍ୟ ରାତିରେ ହୋଇଥିଲା । ସେଥିପାଇଁ ଅନେକ ଲୋକ ୧୮ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ କରିବେ । ସେହିପରି ସୂର୍ଯ୍ୟାଦୟ ଅନୁସାରେ ୧୯ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ କରିବା ମଧ୍ୟ ଶୁଭ ।