ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ଯେ କାକୁଡି ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଖରାଦିନରେ ଏହାକୁ ଅଧିକ ମାତ୍ରାରେ ଲୋକମାନେ ସେବନ କରିଥାନ୍ତି । କିଛି ଲୋକ ଏହାକୁ ଦୈନଦିନ ସାଲାଡ କରି ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି କାକୁଡିରେ କ୍ଷତି କାରକ ଗୁଣ ଅଛି । ତେବେ ଆସନ୍ତୁ ଜାଣିବା..
– କିଛି ଲୋକ ଅଛନ୍ତି ଯେଉଁମାନେ ଡାଇଟିଂରେ ରହି ସାରା ଦିନରେ ୧୦ ରୁ ୧୨ କାକୁଡି ଖାଇଥାନ୍ତି । ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଏହା ଶରୀରରେ ବିଷ ପାଲଟି ଯାଇଥାଏ ।
– ରାତ୍ରି ସମୟରେ କାକୁଡି ଖାଇବା ଉଚିତ୍ ନୁହେଁ । ପୂର୍ବରୁ ଏକ କଥା ପ୍ରଚଳିତ ହୋଇ ଆସିଛି ଯେ, ‘ସକାଳେ ହିରା,ଦିନରେ ଖୀରା ଏବଂ ରାତିରେ ପୀଡା’ । ଏହାର ଅର୍ଥ ହେଉଛି ସକାଳ ସମୟରେ କାକୁଡି ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ, ଦିନରେ ଏହା ସାମାନ୍ୟ ଲାଭ ଦେଇଥାଏ, କିନ୍ତୁ ରାତିରେ ଏହାର ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
– କାକୁଡିରେ କୁକୁର୍ବିଟାଇନ୍ସ ନାମକ ତତ୍ୱ ରହିଥାଏ । ଆପଣ ଯେତେ କାକୁଡି ଖାଇବେ ସେତେ ପରିମାଣ ଏହି ଟକ୍ସି୍ସିସ ଆପଣଙ୍କ ଶରୀର ଭିତରକୁ ଯିବ । ଏହାଦ୍ୱାରା ଲିଭର,କିଡନୀ, ଗଲବ୍ଲାଡର ଆଦି ଫୁଲି ଯାଇଥାଏ ।
– ଯଦି ଆପଣଙ୍କ କାଶ, ଥଣ୍ଡା ଜନିତ ସମସ୍ୟା ଅଛି ତେବେ କଦାପି କାକୁଡି ଖାଆନ୍ତୁ ନାହଁ ।