ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୦୧୭ରୁ ୨୦୩୦ ମସିହା ମଧ୍ୟରେ ଭାରତରେ ପ୍ରାୟ ୬୮ ଲକ୍ଷ କମ କନ୍ୟା ସନ୍ତାନ ଜନ୍ମ ହେବେ ବୋଲି ସାଉଦିଆରବରେ କିଙ୍ଗ ଅବଦୁଲ୍ଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ଏକ ସର୍ଭେ ରିପୋର୍ଟରୁ ତଥ୍ୟ ପ୍ରକାଶ ପାଇଛି । ଏହା ପଛର କାରଣ ରହିଛ କନ୍ୟା ଭୃଣ ହତ୍ୟା। ମା ଗର୍ଭରେ ଥିବା ଶିଶୁଟିର ଲିଙ୍ଗ ଜାଣିବା ପରେ କନ୍ୟା ସନ୍ତାନ ସୁନିଶ୍ଚିତ ହେବା ଜାଣି ମହିଳାଙ୍କ ଗର୍ଭପାତ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ଗବେଷକମାନେ କହିଛନ୍ତି ଯେ ୨୦୧୭ ରୁ ୨୦୩୦ ମଧ୍ୟରେ ଉତ୍ତରପ୍ରଦେଶରେ ୨ ମିଲିୟନରୁ କମ୍ କନ୍ୟା ସନ୍ତାନ ଜନ୍ମ ହେବେ । ଭାରତର ଏହି ରାଜ୍ୟରେ ସର୍ବନିମ୍ନ କନ୍ୟା ଜନ୍ମଲାଭ କରୁଥିବା ତଥ୍ୟରୁ ଜଣାପଡିଛି । କାରଣ ଏହି ସ୍ଥାନରେ ଅଧିକ କନ୍ୟା ଭୃଣ ହତ୍ୟା ହେଉଛି । ଅନ୍ଧ ବିଶ୍ୱାସକୁ ମୁଣ୍ଡରେ ରଖି ଏମିତି କୁ କାର୍ଯ୍ୟ କରା ହେଉଛି ।
ଅନୁସନ୍ଧାନକାରୀମାନେ ଜନସଂଖ୍ୟାର ବୃଦ୍ଧିହାର ଏବଂ ଲିଙ୍ଗ ନିର୍ବିଶେଷ ତଥ୍ୟ ଜାଣିବା ଆଧାରରେ ଭାରତର ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଏହି ମୂଲ୍ୟ ନିରୂପଣ କରିଛନ୍ତି।
ଭାରତର ଉତ୍ତରରେ ଅବସ୍ଥିତ ୧୭ଟି ରାଜ୍ୟରେ ପୁତ୍ର ସନ୍ତାନ ପାଇଁ ଅନେକ ଆଗ୍ରହୀ ଥିବା ଦେଖାଯାଇଛି । ପୁଅ ସନ୍ତାନ ପାଇଁ ଲୋକେ ବେଶୀ ଆଗ୍ରହ ପ୍ରକାଶ କରୁଥିବା ପ୍ଲସ୍ ୱାନ୍ ନାମକ ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି । ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଲିଙ୍ଗଗତ ସମାନତା ପାଇଁ ଭାରତ ଏକ କଠୋର ନୀତି କାର୍ୟ୍ୟକାରୀ କରିବା ଆବଶ୍ୟକ।
୧୯୯୪ ମସିହାରେ ଭାରତର ଏକ ଜନ୍ମିତ ଶିଶୁର ଲିଙ୍ଗ ଯାଞ୍ଚ କରିବା ବେଆଇନ ଘୋଷଣା କରାଯାଇଥିଲା। ତେବେ ବିଭିନ୍ନ କ୍ଷେତ୍ରରେ ଏହି ଆଇନର କାର୍ୟ୍ୟକାରିତାରେ ଭିନ୍ନତା ରହିଛି। ଦେଶର ଅଧିକାଂଶ ସ୍ଥାନରେ ଲିଙ୍ଗଭିତ୍ତିକ ଅନୁପାତ ମଧ୍ୟରେ ଅନେକ ତାରତମ୍ୟ ରହିଛି । ଆକେତେ ଗୁଡିଏ ସ୍ଥାନରେ ମେଡିକାଲ ମାନଙ୍କରେ ଏପରି ଆଇନ ବିରୋଧି କାମ କରାହେଉଛି । ତେବେ ବର୍ତ୍ତମାନ ଭାରତରେ ହଜାରେ ପୁରୁଷ ପ୍ରତି ୯୦୦ ରୁ ୯୩୦ ମହିଳା ଅଛନ୍ତି। ଆମହିଳାମାନଙ୍କ ସଂଖ୍ୟା ଜନ ଗଣନା ହିସାବରେ ପୁରୁଷ ଅପେକ୍ଷା କମ ଅଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024