ଆଠଗଡ(ଏଟିଆର ବ୍ୟୁରୋ):ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି ।ମକର ସଂକ୍ରାନ୍ତିରେ କଟକ ଜିଲ୍ଲା ଆଠଗଡର ଧବଳେଶ୍ୱର ଶୈବପୀଠରେ ଧୁମଧାମରେ ପାଳିତ ହୋଇଥିବା ବେଳେ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । କୁହାଯାଏ କି ଆଜି ବାବାଙ୍କ ପାଖରେ ମକର ଚାଉଳ ଭୋଗ କରିବା ସହ ବାବାଙ୍କ ଦର୍ଶନ କଲେ ବହୁ ପୁଣ୍ୟ ପ୍ରାପ୍ତି ମିଳିଥାଏ ।
ପ୍ରତି ବର୍ଷ ଏହି ପୀଠରେ ବହୁ ଦୂରଦୂରାନ୍ତରୁ ବହୁ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳେ ।କିନ୍ତୁ ଏ ବର୍ଷ କରେନା ମହାମାରୀ ପାଇଁ ଶୈବପୀଠରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଭକ୍ତଙ୍କର ନାହିଁ ସମାଗମ । କେବଳ ମନ୍ଦିରର ପୂଜାରୀମାନେ ପୀଠରେ ଉପସ୍ଥିତ ରହି ମନ୍ଦିରର ପୂଜାର୍ଚ୍ଚନା କରୁଛନ୍ତି ।