ରାଜନଗର(ଏଟିଆର ବ୍ୟୁରୋ):ଆଜିଠୁ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଏହି ସମୟରେ କୁମ୍ଭୀରମାନଙ୍କ ଗଣନା କରାଯିବ । ଏହି କୁମ୍ଭୀର ଗଣନା ପାଇଁ ୨୨ ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।
ଭିତରକନିକାର ନଦୀନାଳ , ବିଶେଷକରି ରାଜନଗର , କନିକା ରେଞ୍ଜ,ଗହୀରମଥା ଓ ମହାକାଳପଡା ,ବାଲିଯୋରରୁ ଧେ୍ଧବଆ କ୍ରିକ୍,ରାଜନଗରରୁ ଖୋଳା,ବାଉଶଗଡ ନଦୀରୁ ସୁନେଇ ରୁପେଇ ଓ ସାତଭାୟା କ୍ରିକ,ପତି ମାଉଥରୁ ଗୋଖଣି ,ମହିଁଷାମଣ୍ଡା ମାଉଥ ରୁକାଠୁଆ , କଂସାରଡିଆରୁ ଉତ୍ତରଖୋଳା କ୍ରିକ୍ ରୁ କୁମ୍ଭୀର ଗଣନା କରାଯିବ ।
କୁମ୍ଭୀର ବିଶାରଦ ଡ.ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ । ସକାଳ ଖରା ପଇଁବା ସମୟ ଓ ରାତିର ସ୍ୱଟ ଲାଇଟ ମାଧ୍ୟମରେ କୁମ୍ଭୀର ଗଣନା କରାଯିବ । ଏବଂ ଶୁକ୍ରବାର ଦିନ ଡାଙ୍ଗରମାଳଠାରେ କୁମ୍ଭୀର ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।