ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ରାମମନ୍ଦିର ନିର୍ମାଣ ପାଇଁ ଆଜିଠୁ ଆରମ୍ଭ ହୋଇଛି ଚାନ୍ଦା ଏକାଠି କରିବା ଅଭିଯାନ । ସେହିଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ରାମ ମନ୍ଦିର ପାଇଁ ଚାନ୍ଦା ଦେଇଛନ୍ତି । ମନ୍ଦିର ଟ୍ରଷ୍ଟକୁ ୫ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଛନ୍ତି ରାଷ୍ଟ୍ରପତି ।
ଆଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଏକାଠି କରିବା ଅଭିଯାନ ଆରମ୍ଭ ହୋଇଥିବ ବେଳେ ଏହାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟଷ୍ଟ ଏବଂ ଭିଏଚପି ମିଳିତ ଭାବେ ଦେଶରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଅର୍ଥ ସଞ୍ଚୟ ଅଭିଯାନ ଚଲାଉଛନ୍ତି ।
ପାଖାପାଖି ଦେଢ ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଏହି ଅଭିଯାନ ଅନୁଯାୟୀ ପାଖାପାଖି ୧୩ କୋଟି ପରିବାର ନିକଟରେ ପହଁଚିବାର ଲକ୍ଷ୍ୟ ରଖାଯାଇଛି । ଲୋକଙ୍କ ଠାରୁ ଯେଉଁ ଚାନ୍ଦା ଆଦାୟ କରାଯିବ ତାକୁ ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟବହାର କରାଯିବ ।