ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ତିନି ଦିନ ଯାଏଁ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିବା ପରେ ଆଜି ପୁଣି ଦରରେ ପରିବର୍ତ୍ତନ ଘଟିଛି । ଡିଜେଲ ଦରରେ ୨୪ ରୁ ୨୭ ପଇସା ପର୍ଯନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୨୩ ରୁ ୨୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୪.୯୫ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୫.୧୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୮୬.୩୯ ଟଙ୍କା ଏବଂ ଡିଜେଲ ୭୮.୭୨ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୯୧.୫୬ ଟଙ୍କା ଏବଂ ଡିଜେଲ ଦର ୮୧.୮୭ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୮୭.୬୩ ଟଙ୍କା ଏବଂ ଡିଜେଲ ୮୦.୪୩ ଟଙ୍କା ରହିଛି ।
ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ,ଆପଣଙ୍କୁ ଆରଏସଏପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ପଠାଇବାକୁ ହେବ । ପ୍ରତ୍ୟେକ ସହରର କୋଡ ଭିନ୍ନ ଭିନ୍ନ ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ର ୱେବସାଇଟ ମିଳିଯିବ ।
ସେହିପରି ପ୍ରତ୍ୟେକ ଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।