ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଏବଂ ରାଜ୍ୟବାସୀଙ୍କୁ ଅତ୍ୟାଧିକ ସେବା ଯୋଗାଇବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟ କରୁଛନ୍ତି । କଟଖର ଶ୍ରୀରାମଚନ୍ଦ୍ର ମେଟିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ଝାରସୁଗୁଡାରେ ହୃଦରୋଗ ଯତ୍ନ ଡାକ୍ତରଖାନା ,କଟକ ଶିଶୁଭବନରେ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଟି ୟୁଟିଲିଟି କମ୍ପେ୍ଲକ୍ସ , କ୍ୟାପିଟାଲ ହସ୍ପିଟାଲର ବିକାଶ ତଥା ପିଜିଆଇ ଭାବେ ଗଢିବା ଏବଂ ବରଗଡ କ୍ୟାନସର ହସ୍ପିଟାଲ ଆଦିର ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ନୁଆକରି ରାଜ୍ୟ ସରକାର ଗଢିଥିବା ୯ ଟି ମେଡିକାଲ କଲେଜଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।ଏହାଛଡା ୫ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ ଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତୀକରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଓଡିଶା ପବ୍ଲିକ ସର୍ଭିସ କମିଶନର ପକ୍ଷରୁୂ ପ୍ରାୟ ୨ ହଜାର ଡାକ୍ତର , ନର୍ସ , ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିଲେ ।