ବରିପଦା (ଏଟିଆର ବ୍ୟୁରୋ); ଅସାବଧାନ ହୋଇ ରେଳ ଧାରଣା ପାସ କରୁଥିବା ବେଳେ ଜଣେ ଛାତ୍ର ଉପରେ ଚଢ଼ିଗଲା ଟ୍ରେନ । ବାଲେଶ୍ୱର-ବାଙ୍ଗିପୋଷି ଟ୍ରେନ ଧକ୍କା ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ ଛାତ୍ର ଜଣକ ହେଲେ ବାରିପଦା ୧୭ ନମ୍ବର ୱାର୍ଡର ରବିନ୍ଦ୍ର ବେହେରାଙ୍କ ପୁଅ ସାଗର । ସାଗର ସ୍ଥାନୀୟ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ ।
ମିଳିଥିବା ସୂଚନା ମୁତାବକ ଟିଉସନରୁ ଫେରୁଥିବା ବେଳେ ଅସାବଧାନ ହୋଇ ରେଳ ଧାରଣାରେ ଆସୁଥିଲେ । ଫଳରେ ଟ୍ରେନ ଆସି ସାଗରଙ୍କୁ ଧକ୍କା ଦେଇଥିଲା । ସେହି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ପୋଲିସ ଏବଂ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ରଘୁନାଥ ମୁର୍ମୁ କଲେଜ ଆଣ୍ଡ ମେଡିକାଲକୁ ପଠାଯାଇଛି । ତେବେ ଛାତ୍ରଙ୍କ ମୃତ୍ୟୁ ଖବର ପାଇବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଥିଲା ।