ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ବିନା ଆଧାରକାର୍ଡରେ କୌଣସି କାର୍ଯ୍ୟ କରିବା ଅସମ୍ଭବ । ଗ୍ୟାସ ବୁକିଂଠୁ ନେଇ ବ୍ୟାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆଧାକାର୍ଡ ର ଆବଶ୍ୟକତା ପଡୁଛି । କାରଣ ଏହା ଏକ ଜରୁରୀ ଡକ୍ୟୁମେଣ୍ଟ । ସେହିପରି ପିଭିସି ଆଧାରକାର୍ଡ , ଆଧାର ଲେଟର ବା ଇ-ଆଧାର ଏହି ତିନୋଟି ସମ୍ପୂର୍ଣ୍ଣ ବୈଧ । ଏନେଇ ୟୁଆଇଡିଏଆଇ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛିି । ତେବେ ଆସନ୍ତୁ ଜାଣିବା ପିଭିସି ଆଧାରକାର୍ଡ, ଆଧାର ଲେଟର ଏବଂ ଇ-ଆଧରେ କଣ?
ପିଭିସି ଆଧାରକାର୍ଡ:-
ଏହା ସମ୍ପୂର୍ଣ୍ଣ ଦେଖିବାକୁ ଏଟିଏମ କାର୍ଡ ଭଳି । ଏହି କାର୍ଡଟି ପାଣିରେ ଖରାପ ହେବାର ଭୟ ନଥାଏ । ଏହାବ୍ୟତିତ ନୂତନ ପିଭିସି ଆଧାରକାର୍ଡରେ ଅନେକ ନୂତନ ସିକ୍ୟୁରିଟି ଫିଚର୍ସ ଦିଆଯାଇଛି ।
ଆଧାର ଲେଟର:-
ପୋଷ୍ଟାଲ ଜରିଆରେ ୟୁଆଇଡିଏଆଇ ଆପଣଙ୍କ ଘରକୁ ଆଧାର ଲେଟର ପଠାଇଥାଏ । ସେହିପରି କମ୍ପାନୀ ଏହାର ସଫ୍ଟ କପି ଡଉନଲୋଡ କରିବାର ସୁବିଧା ମଧ୍ୟ ଦେଇଥାଏ ।
ଇ-ଆଧାର:-
ଆଜିକାଲିର ସମୟରେ ଅଧିକାଂଶ ଲୋକ ମୋବାଇଲ ଜରିଆରେ କାମ କରୁଛନ୍ତି । ଏହି ଇ-ଆଧାରକୁ ଆପଣ ଆପଣଙ୍କ ମୋବାଇଲରେ ରଖି ପାରିବେ । ସେଥିପାଇଁ ଆପଣଙ୍କୁ ଆଧାରକାର୍ଡର ହାର୍ଡ କପି ରଖିବାର ଆବଶ୍ୟକତା ନାହିଁ । ଏବଂ ଏହାକୁ ଆପଣ ୟୁଆଇଡିଏଆଇ ର ୱେବସାଇଟରୁ ଡାଉନଲୋଡ କରିପାରିବେ । ଏହାକୁ ଆପଣ ଯେକୌଣସି ସ୍ଥାନରେ ପରିଚୟ ପତ୍ର ରୁପେ ବ୍ୟବହାର କରିପାରିବେ ।