କଟକ (ଏଟିଆର ବ୍ୟୁରୋ); ଓଡିଶା ଏବଂ ଜମୁ କାଶ୍ମୀର ମଧ୍ୟରେ ଚାଲିଥିବା ରଣଜିଟ୍ରଫି ମ୍ୟାଚରେ ଓଡିଶା ଆଗରେ ୧୯୬ ରନର ବିଜୟ ଲକ୍ଷ । ତେବେ ଏହି ସ୍କୋରକୁ ଅତିକ୍ରମ କରିବା ପାଇଁ ଓଡିଶା ଆଗରେ ମାତ୍ର ଗୋଟିଏ ସେସନ ବାକି ରହିଛି । ଶେଷ ଦିନର ଲଞ୍ଚ ବ୍ରେକ ଭିତରେ ଓଡିଶା ଭ୍ରମଣକାରୀ ଦଳକୁ ୩୯୧ ରନରେ ଅଲଆଉଟ କରିଦେଇଛି । ତୃତୀୟ ଦିନରେ ଜମୁର ବ୍ୟାଟ୍ସ ମ୍ୟାନମାନେ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ଚତୁର୍ଥ ଦିନରେ ଅଥବା ଶେଷ ଦିନରେ ଦଳର ଅଧିନାୟ ପ୍ରଭିଜ ରସୁଲ ଏବଂ ଅମୀର ପାଟନରସିପରେ ଦଳ ଏକ ବଡ ସ୍କୋର କରିବାରେ ସଫଳ ହୋଇଛି । ଦ୍ୱିତୀୟ ପାଳିରେ ଓଡିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଧିରାଜ ସିଂ ୨ଟି,ଗୋବିନ୍ଦ ପୋଦ୍ଦାର ୨ଟି ଏବଂ ସୂଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି ।
ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଜମୁ କାଶ୍ମୀର ଦଳ ପ୍ରଥମ ପାଳିରେ ୧୨୭ ରନ କରିଥିଲା । ସେପଟେ ଓଡିଶା ପ୍ରଥମ ପାଳିରେ ୩୨୩ ରନ କରିଥିଲା । ଫଳରେ ଓଡିଶା ଠାରୁ ୧୯୬ ପଛରେ ରହିଥିଲା ଜମୁ । ପୁନର୍ବାର ଦ୍ୱିତୀୟ ପାଳି ବ୍ୟାଟିଂ କରିବାକୁ ଯାଇ ଜମୁ କାଶ୍ମୀର ଦଳ ୩୯୧ ରନ କରିବାରେ ସଫଳ ହୋଇଛି । ତେବେ ପ୍ରଥମ ପାଳିରେ ଆଗୁଆ ଥିବା ଓଡିଶା ଆଗରେ ମାତ୍ର ୧୯୬ ରନର ବିଜୟ ଲକ୍ଷ ରହିଛି ।