ସମାଜରେ ମଣିଷ ରହିବା ସହିତ ଅନ୍ୟ ସହିତ ନେଣ-ଦେଣ ମଧ୍ୟ କରିଥାଏ । କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ , ନିଜ ଭିତରେ ଜିନିଷ ନେଣ-ଦେଣ କରିବା ସମୟରେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ୍ । କାରଣ କିଛି ଏଭଳି ଜିନିଷ ରହିଛି ଯାହାକୁ ସୂର୍ଯ୍ୟାସ୍ତ ପରେ କାହାରିକୁ ଦେବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ ଜିନିଷ ଦେବା ଉଚିତ୍ ଉଚିତ୍ ନୁହେଁ ।
– ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ, ସୂର୍ଯ୍ୟାସ୍ତ ସମୟରେ ବା ପରେ ଯଦି କୌଣସି ବ୍ୟକ୍ତି କାହାରିକୁ ଟଙ୍କା ଦିଅନ୍ତି । ତେବେ ଏହାର ଅର୍ଥ ବ୍ୟକ୍ତି ନିଜ ଘରୁ ମାତା ଲକ୍ଷ୍ମୀଙ୍କୁ ବିଦା କରୁଛନ୍ତି । ଏଭଳି କରିବା ଦ୍ୱାରା ସେହି ବ୍ୟକ୍ତିଙ୍କ ଘରୁ ମାତା ଲକ୍ଷ୍ମର ପଳାୟନ କରିଥାନ୍ତି ।
– ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସହିତ ଖୀରର ସମ୍ବନ୍ଧ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ଯଦି କାହାରିକୁ ଖୀର ଦିଆଯାଏ ତେବେ ମାତା ଲକ୍ଷ୍ମୀ ରୋଷ ହୋଇଥାନ୍ତି ।
– ସେହିପରି ଶୁକ୍ର ଗ୍ରହ ସହିତ ଦହି ର ସମ୍ବନ୍ଧ ରହିଛି । ଦହି ଦ୍ୱାରା ବ୍ୟକ୍ତିଙ୍କୁ ସୁଖ ଏବଂ ବୈଭବ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟାସ୍ତ ପରେ କାହାରିକୁ ଦହି ଦିଅନ୍ତି ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ବୈଭବ କମି ଯାଇଥାଏ ।
– ଜ୍ୟୋତିଷଶାସ୍ତ୍ରର ହଳଦୀର ସମ୍ବନ୍ଧ ଗୁରୁ ଗ୍ରହ ସହିତ ରହିଛି । ସେଥିପାଇଁ ସୂର୍ଯ୍ୟାସ୍ତ ପରେ କାହାରିକୁ ହଳଦୀ ଦେବା ଉଚିତ୍ ନୁହେଁ । ନଚେତ୍ ବ୍ୟକ୍ତିଙ୍କ ଜୀବନରେ ଗୁରୁ କମଜୋର ହୋଇଯାଇଥାନ୍ତି । ଯେଉଁଥି ପାଇଁ ଆର୍ଥିକ ଅଭାବ ଉପୁଜିଥାଏ ।
– ଅନ୍ୟପଟେ କେତୁ ଗ୍ରହ ସହିତ ପିଆଜ ଏବଂ ରସୁଣର ସମ୍ବନ୍ଧ ରହିଛି । ସେଥିପାଇଁ ସୂର୍ଯ୍ୟାସ୍ତ ପରେ କାହାରିକୁ ପିଆଜ – ରସୁଣ ଦେବା ଉଚିତ୍ ନୁହେଁ ।