ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ବଡ ଦୁଇ ଚକିଆ ଗାଡି କମ୍ପାନୀ ହିରୋ ମୋଟୋକର୍ପ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଆଜ୍ଞା ହଁ ୧୦ କୋଟି ବାଇକ କୁ ଫ୍ୟାକ୍ଟ୍ରିରେ ରୋଲଆଉଟ କରିଛି କମ୍ପାନୀ । ଏହାପରେ ଇତିହାସ ରଚିଥିବା ବିଶ୍ୱର ପ୍ରଥମ କମ୍ପାନୀ ହୋଇଯାଇଛି ହିରୋ ମୋଟୋକର୍ପ ।
୧୯୮୪ ମସିହାରେ ହୋଣ୍ଡା ସହିତ ମିଳିତ ଭାବେ ଟୁ-ହ୍ୱିଲର୍ସ ର ପ୍ରଡକ୍ସନ ଆରମ୍ଭ କରିଥିଲା ହିରୋ । କିନ୍ତୁ ୨୦୧୧ ମସିହାରେ ଦୁଇ କମ୍ପାନୀ ଅଲଗା ହୋଇଯାଇଥିଲେ । ୧୯୯୪ ମସିହାରେ ୧୦ ଲକ୍ଷ ବାଇକ ପ୍ରଡକ୍ସନ କରିଥିଲା କମ୍ପାନୀ । ଏହାପରେ ୨୦୦୧ରେ ୫୦ ଲକ୍ଷ ବାଇକ ଏବଂ ୨୦୦୪ ରେ ୧ କୋଟି ବାଇକ ପ୍ରଡକ୍ସନ କରିଥିଲା କମ୍ପାନୀ । ସେହିପରି ୨୦୦୮ ରେ ୨୫ ମିଲିଅନ, ୨୦୧୩ ରେ ୫୦ ମିଲିୟନ, ୨୦୧୭ ରେ ୭୫ ମିଲିଅନ ବାଇକ ପ୍ରଡକ୍ସନ କରିଥିଲା କମ୍ପାନୀ । କିନ୍ତୁ ଏବେ ହିରୋ କମ୍ପାନୀ ୧୦ କୋଟି ବାଇକ ପ୍ରଡକ୍ସନ କରି ଇତିହାସ ରଚିଛି ।
ଏହାସହିତ ସେଲିବ୍ରେଶନ ଏଡିସନ୍ ର ୬ଟି ମଡେଲ ଲଞ୍ଚ କରିଛି କମ୍ପାନୀ । ଯେଉଁଥିରେ ସ୍ପେ୍ଲଣ୍ଡର ପ୍ଲସ, ପ୍ରାସନ ପ୍ରୋ, ଗ୍ଲାମର, ମାଏଷ୍ଟ୍ରୋ ଏଜ ୧୧୦, ଡେଷ୍ଟିନି ୧୨୫ ଏବଂ ଏକ୍ସଟ୍ରିମ ୧୬୦ଆର ସାମିଲ ଅଛନ୍ତି ।