କଟକ(ଏଟିଆର ବ୍ୟୁରୋ):ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଓଡିଆ ବଜାରରେ ପହଞ୍ଚି ସୁଭାଷଙ୍କ ବାସଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରିବେ । ଏହାପରେ ନେତାଜୀଙ୍କ ନାମରେ ଖାନଗରରେ ହେବାକୁ ଥିବାଅନଃରାଜ୍ୟ ବସ ଟମିନୋଲର ଶିଳାନ୍ୟାସ କରିବେ ।
ସୁବାଷ ବୋଷଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ କେନ୍ଦୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତିବର୍ଷ ଜାନୁଆରୀ ୨୩ କୁ ସୁବାଷ ବୋଷଙ୍କ ଜୟନ୍ତୀ ଦିବସ ଭାବେ ପାଳନ କରାଯାଏ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ , ସିଏମସି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।