କୋଲକତା(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଗସ୍ତ କରିଛନ୍ତି ।ସେଠାରେ ସେ ୧ ଲକ୍ଷ ୬ ହଜାର ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଜେରେଙ୍ଗା ପଥରେ ପହଞ୍ଚି ଏକ କାର୍ଯ୍ୟକ୍ରମରେ ୧.୦୬ ଲକ୍ଷ ବ୍ୟକ୍ତିଙ୍କୁ ଜମି ପଟ୍ଟା କାର୍ଯ୍ୟକ୍ରମ କରିଥିଲେ ।
ଶିବନଗରରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।ଆଜି ଲକ୍ଷାଧିକ ଭୂମିହୀନ ପରିବାର ଜମି ପଟ୍ଟା ପାଇଛନ୍ତି। ଆସମରେ ବିଜେପି ସରକାର ଗଢ଼ିବା ବେଳେ ପ୍ରାୟ ୬ ଲକ୍ଷ ଭୂମିହୀନ ଲୋକ ଥିଲେ।ଏହାପରେ ମୋଦି କୋଲକତା ଗସ୍ତ କରିବେ ଓ ଗୋଟିଏ ମଞ୍ଚରେ ମମତା ଓ ମୋଦି ଏକାଠି ହେବେ ବୋଲି ଜଣାପଡିଛି ।
ଆସାମର ଦ୍ରୁତ ବିକାଶ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏଠାକାର ଲୋକଙ୍କ ‘ଆତ୍ମବିଶ୍ୱାସ’ ଜରିଆରେ ହିଁ ‘ଆତ୍ମନିର୍ଭର ଆସାମ’କୁ ବାଟ ଫିଟାଇବ। ରାଜ୍ୟର ୪୦% ଜନତା କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାରୁ ଉପକୃତ ହେଉଛନ୍ତି।