ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକା ବିକ୍ରିକୁ ନେଇ ଏକ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ବୟାନ ଜାରି କରି କହିଛନ୍ତି କି, କରୋନାକୁ ମାତ୍ ଦେବା ପାଇଁ ନିର୍ମାଣ ହୋଇଥିବା ଟୀକା ବଜାରରେ ବିକ୍ରି ହେବନି । କାରଣ ଖୋଲା ବଜାରରେ ଟୀକା ବିକ୍ରି ପାଇଁ ଆମକୁ ଅନୁମତି ଦିଆଯାଇ ନାହିଁ ।
ସେ କହିଛନ୍ତି କି, ବର୍ତ୍ତମାନ ସରକାରଙ୍କ ଧ୍ୟାନ କେବଳ ସେହି ଲୋକଙ୍କ ଉପରେ ରହିଛି ଯେଉଁମାନଙ୍କୁ ଟୀକାର ଅଧିକ ଆବଶ୍ୟକତା ରହିଛି । ଆଗାମୀ ୭ ରୁ ୮ ମାସ କେବଳ ସେହି ଲୋକମାନଙ୍କ ନିକଟରେ ଟୀକା ପହଁଚାଇବାର କାମ କରିବେ ସରକାର ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତ ବା କୌଣସି ଅନ୍ୟ ଦେଶର ଟୀକାକୁ ମାର୍କେଟ ଅଥରାଇଜେସନ ଦେଇ ନାହାନ୍ତି ସରକାର । ଏବଂ ଦେବେ ବୋଲି କୌଣସି ଯୋଜନା ମଧ୍ୟ କରି ନାହାନ୍ତି ।