ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଗେଟ୍’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଥିବାକୁ ମିଳିଥିଲା । ଚଳିତ ବର୍ଷ ମୋଦୀ ଜାମନଗରରୁ ଆସିଥିବା ଏକ ସ୍ୱତନ୍ତ୍ର ପଗଡି ପରିଧାନ କରିଛନ୍ତି । ଏହି ପଗଡି ଟି ପ୍ରଥମ କରି ଜାମନଗରର ରାଜପରିବାର ତରଫରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ଦିଆଯାଇଛି । ଏହା ପରେ ପ୍ରଧାନମନ୍ତ୍ରୀ ଉତ୍ସବ ସ୍ଥଳରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ ।
ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାଓ୍ଵତ ମଧ୍ୟ ସେଠାକୁ ଯାଇଥିଲେ। ସ୍ମାରକୀରେ ଥିବା ‘ସେରିମୋନିଆଲ୍ ବୁକ୍’ରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ।