ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଏଣିକି ଦିଲ୍ଲୀରେ କାଠରେ ନୁହେଁ ଗୋବର ଘସିରେ କରାଯିବ ଶବ ସତ୍କାର । ବିଜେପି ନେତୃତ୍ୱ ଅଧିନରେ ଥିବା ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏମ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି କୁହାଯାଇଛି ।
ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ କାଠ ବଦଳରେ ଘସିରେ ଅନ୍ତିମ ସତ୍କାର କରାଯିବ ବୋଲି କହିଛନ୍ତି ଦିଲ୍ଲୀର ମେୟର ଅନାମିକ ।ଏସ୍ଡିଏମ୍ସି ଶବଦାହ କେନ୍ଦ୍ରରେ କାଠ, ଘସି ଓ ନଡା ଆଦି ଉପଲବ୍ଧ ରହିବ । ଘସି ଗୁଡିକର ଆକାର ଅତି କ୍ଷୁଦ୍ର ହୋଇଥିବାରୁ ଅଧିକାଂଶ ଲୋକ କାଠକୁ ପସନ୍ଦ କରୁଛନ୍ତି । ତେଣୁ ଏବେ ଗୋବରରେ କାଠ ଗଣ୍ଡି ଆକାରରେ ଜାଳେଣି ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରହିଛି ।
ଗୋବରରେ ଜାଳେଣି ଆମ ସଂସ୍କୃତି ସହ ଜଡିତ ବୋଲି କୁହାଯାଇଛି । ସାମାଜିକ ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତି କୁ ଅଧିକ ସମର୍ଥନ ମିଳିଛି । ଏହି ସୁବିଧା ଖୁବ୍ ଶୀଘ୍ର ଉବଲବ୍ଧ ହେବ ବୋଲି କୁହାଯାଇଛି ।