ଭୁବନେଶ୍ୱର(ଏଟିଆର ବ୍ୟୁରୋ):୨୦୨୧ ପାଇଁ ଚଳିତ ବର୍ଷ ପଦ୍ମ ପୁରସ୍କାର ଆଜି ଘୋଷଣା କରାଯାଇଛି । ଏହି ଶ୍ରେଷ୍ଠ ବେସାମରିକ ପୁରସ୍କାର ପାଇଁ ମୋଟ ୧୧୯ ଜଣଙ୍କୁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରୁ ୬ଜଣ ଓଡିଆ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ରଜତ କୁମାର କର ଏବଂ ନନ୍ଦ ପୃଷ୍ଟି ,ସାମାଜିକସେବା କ୍ଷେତ୍ରରୁ ଶାନ୍ତି ଦେବୀ , ଲୋକକଳା କ୍ଷେତ୍ରରୁ ପୂର୍ଣ୍ଣମାସୀ ଜାନି ,ମେଡିସିନ ପାଇଁ ଡା.କୃର୍ଷ୍ଣ ମୋହନ ପାଠୀ ,ପଦ୍ମଶ୍ରୀ ଉପାଧି ପାଇଁ ମନୋନୀତ ହୋଇଛନ୍ତି ।ସୁଦର୍ଶନ ସାହୁ ୧୯୩୯ ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ସାହୁ ସ୍ଥାପତ୍ୟ ଓ କଳା କ୍ଷେତ୍ରରେ ଦେଶ ଓ ବିଦେଶ ପାଇଁ କ୍ଷ୍ୟାତି ଅର୍ଜନ କରିଛନ୍ତି ।
୧୯୩୪ ମସିହା ଏପ୍ରିଲ ୧୮ ରେ ଜନ୍ମ ଗ୍ରହଣ କରିଥବା ଶାନ୍ତି ଦେବୀ ଗୁଣୁପୁରରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେଠାରେ ଅନାଥ ଶିଶୁମାନଙ୍କୁ ରଖିବା ସହ ସେମାନଙ୍କୁ ଶିକ୍ଷା ଦାନ କରିଥିଲେ ।
୧୯୪୪ ରେ ଜନ୍ମିତ ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ନିରକ୍ଷଣ ଥିଲେ ମଧ୍ୟ ସମସ୍ତ ପୂରାଣ , ଶାସ୍ତ୍ର ଓ ପୋଥି ତାଙ୍କ ମୁହଁରେ ରହିଛି । ତାଙ୍କର ୬ ଟି ସନ୍ତାନଙ୍କ ଦେହାନ୍ତ ହେବା ପରେ ସେ ସନ୍ନ୍ୟାସିନୀ ଜୀବନ ଆପଣାଇଥିଲେ । ଜଙ୍ଗଲରେ ଏକ ଗୁମ୍ଫାରେ ରହିବା ସହ ସେ ସନ୍ଥ ଜୀବନ ବିତାଇବା ସହ ଓଡିଶାର ଲୋକ ସଂଙ୍ଗୀତ ଓ ପରମ୍ପରାକୁ ଜୀବିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସେହିପରି ଚଳିତ ବର୍ଷ ଜଣେ କିନ୍ନରଙ୍କୁ ପଦ୍ମ ପୁରସ୍କାର ପାଇଁ ମନେନୀତ ହୋଇଛନ୍ତି । କୋଭିଡ ସଂକ୍ରମଣକୁ ଦୃଷ୍ଟରେ ରଖି ପଦ୍ମ ପୁରସ୍କାର ହୋଇନଥିବା ବେଳେ ଏକାସଙ୍ଗେ ଦୁଇବର୍ଷର ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି ।