ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ଏପ୍ରିଲରୁ ଅଫଲାଇନ୍ ରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଘୋଷଣା କରାଯାଇଥିବା ବେଳେ ଏବେ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସିଏଚଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ଦ୍ଧାରିତ ହୋଇଥିବା ପରିକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ରହିଛି ସେଥିପାଇଁ ପରୀକ୍ଷା ସୂଚୀରେ ପରିବର୍ତ୍ତନ ପାଇଁ ନିଷ୍ପତି ନିଆଯାଇଛି ।
କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଅଫଲାଇନ୍ ପରୀକ୍ଷା ବନ୍ଦ ଥିଲା କିନ୍ତୁ ଚଳିତ ଥର ଅଫଲାଇନ୍ ପରୀକ୍ଷା କରିବା ନେଇ ନିଷ୍ୱତି ନିଆଯାଇଛି ।