ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମାଟ୍ରିକ ପିଲାଙ୍କ ପାଇଁ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରସ୍ତୁତ କରିଛନ୍ତି ‘ପରୀକ୍ଷା ଦର୍ପଣ’ । ମୋଟ ୭୦୦ ଟି ପୃଷ୍ଠାରେ ପ୍ରସ୍ତୁତ ହୋଇଥିବା ଏହି ଗାଇଡ ବହିଟି ଛାତ୍ରଛାତୀଙ୍କ ପାଇଁ ସହାୟକ ହେବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଏହି ବହିଟିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରଶ୍ନ ଉତ୍ତର ରହିଛି ।
ରାଜ୍ୟରେ ମୋଟ ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମାଗଣାରେ ଏହି ପରୀକ୍ଷା ଦପଣେ ପ୍ରଦାନ କରାଯିବ । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ପ୍ରତ୍ୟେକ ଛାତ୍ରଛାତ୍ରଙ୍କ ପାଖରେ ଏହି ପରୀକ୍ଷା ଦର୍ପଣପହଞ୍ଚିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା କଟକଣାକୁ ଦୃଷ୍ଟରେ ରଖି ଚଳିତ ବର୍ଷ ମେ ମାସ ୩ ତାରିଖରେ ପରୀକ୍ଷା ହେବ ବୋଲି ସୂଚନା ପ୍ରଦାନ କରାଯଇଛି ।
ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସକୁ ନେଇ ପରୀକ୍ଷା ହୋଇଥିବାରୁ ସେହିଅନୁସାରେ ପରୀକ୍ଷା ଦର୍ପଣ ପ୍ରସ୍ତୁତ ହୋଇଛି । ଏହି ପୁସ୍ତକ କେବଳ ସରକାରୀ ସ୍କୁଲରେ ନୁହେଁ ବରଂ ସମସ୍ତ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯିବ ।
ପରାକ୍ଷାର୍ଥୀଙ୍କ ପ୍ରସ୍ତୁତି ପାଇଁ ସହାୟତା ପାଇଁ ଦୂରଦର୍ଶନରେ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଇଛି । ଆସନ୍ତା ଫେବ୍ରୁଆରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବାର ବ୍ୟବସ୍ଥା ହୋଇଛି ।