ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାମୁ କୋଳି ଖାଇବାକୁ ଗଛକୁ ଚଢ଼ିଥିଲେ । ହେଲେ ଡାଳ ଭାଙ୍ଗିଯିବାରୁ ଜଣେ ନାବାଳକ ଗୁରୁତର ହୋଇପଡିଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଟିର ବେକରେ ଏକ ଡାଳ ପଶିଯାଇଛି । ଅତି ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପିଲାଟିର ନାଁ ବିଷ୍ଣୁ ମହାକୁଡ଼(୧୪), ଘର କେନ୍ଦୁଝରର ଡାଙ୍ଗରଡିହା ଗାଁ । ଏବେ ବି ବେକରେ ଡାଳଟି ସେମିତି ପଶିକି ରହିଛି ।
ଗତକାଲି ଜାମୁ ଖୋଳି ଖାଇବାକୁ ଯାଇ ବିଷ୍ଣୁ ଗଛ ଉପରକୁ ଚଢ଼ିଥିଲେ । ହଠାତ ଡାଳ ଭାଙ୍ଗିଯାଇଥିଲା । ତଳେ ଖସିପଡିବାରୁ ତଳେ ଥିବା ଏକ ଡାଳ ସିଧା ତାଙ୍କ ବେକରେ ପଶିଯାଇଥିଲା । ସେଠାରେ ଖେଳୁଥିବା ଅନ୍ୟ ପିଲାମାନେ ଏ ଘଟଣା ଜାଣିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଗୁରୁତର ଅବସ୍ଥାରେ ବିଷ୍ଣୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ହସପିଟାଲ ଓ ପରେ କଟକ ଅଣାଯାଇଛି । ଅବସ୍ଥା ଏବେ ବି ଗୁରୁତର ରହିଥିବା ଡାକ୍ତର ସୂତ୍ରରୁ ଜଣାପଡିଛି ।