ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ମାଟି ତଳୁ ଆଉ ଏକ ମନ୍ଦିର ଢାଞ୍ଚା ଦେଖିବାକୁ ମିଳିଛି । ମନ୍ଦିରର ଚାରିପାଖ ଉଚ୍ଛେଦ ସମୟରେ ମନ୍ଦିର ପରିସରରେ ଥିବା ଶୁଆଶାରୀ ମନ୍ଦିର ନିକଟରେ ପୁରୁଣା ଆକୃତିର ଏକ ମନ୍ଦିର ଠାବ କରାଯାଇଛି ।
ମାଟି ଖୋଳୁଥିବା ସମୟରେ ଏହି ମନ୍ଦିରର ସଦ୍ଧାନ କରାଯାଇଛି । ତେବେ ଏହା କେଉଁ ଶତାଦ୍ଦୀରେ ମନ୍ଦିର ନିର୍ମାଣ ହୋଇଥିଲା ତାହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହି ମନ୍ଦିରର ଚିତ୍ର ସ୍ୱଷ୍ଟ ହେବ । ମନ୍ଦିରଠାରୁ ୧୦୦ ମିଟର ଦୂରରେ ଥିବା ବିନ୍ଦୁ ସାଗରକୁ ଲାଗିଥିବା ଜାଗାରେ ଏହି ମନ୍ଦିର ଦେଖିବାକୁ ମିଳିଛି ।