ମୁମ୍ବାଇ (ଏଯିଆର ବ୍ୟୁରୋ): ଦୀର୍ଘ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଅଛନ୍ତି । କିନ୍ତୁ ସେ ସର୍ବଦା କିଛି ନା କିଛି ବିବାଦୀୟ କାରଣ ପାଇଁ ଲାଇମ ଲାଇଟରେ ରହିଥାନ୍ତି । ଆଜି ଅମିଷା ତାଙ୍କର ୪୨ତମ ଜନ୍ମଦିବସ ପାଳନ କରୁଛନ୍ତି । ତାଙ୍କର ଏହି ଜନ୍ମଦିନ ଅବସରରେ ଆସନ୍ତୁ ନଜର ପକାଇବା ତାଙ୍କ କ୍ୟାରିୟର ବିଷୟରେ । ଏକ ଗୁଜୁରାତି ପରିବାରରେ ଅମିଷାଙ୍କର ଜନ୍ମ । ସେ ୨୦୦୦ ମସିହାରେ ଫିଲ୍ମ ‘କହୋନା ପ୍ୟାର ହୈ’ରେ ବଲିଉଡରେ ପାଦ ରଖିଥିଲେ । ତାଙ୍କର ଏହି ପ୍ରଥମ ଫିଲ୍ମଟି ସୁପର ଡୁପର ହିଟ୍ ହୋଇଥିଲା ।
ଅଭିନେତ୍ରୀ ଅମିଷା ‘ଗଦର’ ଏବଂ ‘ହମରାଜ’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । କିନ୍ତୁ ଏହାପରେ ସେ ଧୀରେ ଧୀରେ ଡାଉନ ହୋଇଯାଇଥିଲେ । ପ୍ରଥମରୁ ଅମିଷା ପୂରା ସିମ୍ପଲ ଲୁକ୍ ରେ ନଜର ଆସିଥିଲେ । କିନ୍ତୁ ତାଙ୍କର ହିଟ୍ ଫିଲ୍ମ ପରେ ସେ ସର୍ବଦା ତାଙ୍କର ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିଲେ ।
ଅମିଷାଙ୍କର ଏହି ବୋଲ୍ଡ ଲୁକ୍ ପାଇଁ ଅନେକ ନାମୀଦାମୀ ବ୍ୟକ୍ତିଙ୍କ ସହ ତାଙ୍କର ଆଫେୟାର ଚାଲିଥିବାର ଶୁଣିବାକୁ ମିଳିଥିଲା । ମଦ ପିଇବା ମାମଲାରେ ସବୁଠାରୁ ଆଗରେ ଥିଲେ ଅମିଷା ।