ଶ୍ରୀନଗର(ଏଟିଆର ବ୍ୟୁରୋ):ଜାମ୍ମୁ କାଶ୍ମୀରର ପୁଲୱାମା ଲେଲହାର ଅନ୍ତର୍ଗତ ଏନକାଉଣ୍ଟର ବେଳେ ଦୁଇ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ । ଦୁଇଟି ଏକେ ୪୭ ସହ ରାଫେଲ୍ ସହ ଆତ୍ମସର୍ମପଣ କରିଛନ୍ତି । ଗୁଳି ବିନିୟମୟ ସମୟରେ ଜଣେ ଆତଙ୍କବାଦୀ ଅହତ ହୋଇଥିବା ବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ଦିନ ରାତି ୮ଟା ସମୟରେ ଏନକାଉଣ୍ଟର ହୋଇଥିଲା ବୋଲି କାଶ୍କୀର ପୋଲିସ ଟ୍ୱୁଇଟ କରି କହିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଇଛନ୍ତି ଅକୀଲ ଅହମ୍ମଦ ଲୋନ ଏବଂ ରୈାଫ ଉଲ୍ ଇସଲାମ୍ । କିନ୍ତୁ ସେମାନେ କେଉଁ ଆତଙ୍କବାନୀ ଦଳ ଏପର୍ଯ୍ୟନ୍ତ ତାହା ଠିକ ଭାବେ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପକ୍ଷରେ ଗତକାଲି ପୁଲୱାମାର ଅବନ୍ତିପୁରା ଅଞ୍ଚଳରେ ଏନ୍କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦୀନର ତିନି ଆତଙ୍କବାଦୀ ନିହତ ହୋଇଥିଲେ। କଶ୍ମୀରର ପୁଲିସ୍ ଆଇଜି ବିଜୟ କୁମାର କହିଥିଲେ, ପୁଲିସ୍, ସେନା ଓ ସିଆର୍ପିଏଫ୍ ପକ୍ଷରୁ ଏହି ସ୍ଥାନରେ ମିଳିତ ଏନ୍କାଉଣ୍ଟର କରାଯାଇଥିଲା।ଆତଙ୍କବାଦୀମାନଙ୍କୁ ଆତ୍ମସର୍ମପଣ କରିବା ପାଇଁ କୁହାଯାଇଥିଲା କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖାନ କରି ଯବାନମାନଙ୍କ ଉପରକୁ ଗ୍ରେନେଡ ଫେପାଡି ଥିଲେ ।