ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶାଶୁକୁ ବିଚ ରାସ୍ତାରେ ମାଡ଼ ମାରି ବୋହୂ ଗିରଫ ହେବା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏକ ସମାନ ଘଟଣା ନଜରକୁ ଆସିଛି । ଏଥରକ କିନ୍ତୁ ବୋହୂ ନୁହେଁ ବରଂ ମା’କୁ ଅତି ଅମାନୁଷିକ ଭାବେ ମାଡ଼ ମାରୁଛି ଜନ୍ମକଲା ପୁଅ । କେତେବେଳେ ଚୁଟି ଟାଣି ତଳେ ଘୋଷାରୀ ପକାଉଛି ତ’ ଆଉ କେତେବେଳେ ଗୋଇଠା ମାରି ବୁଢ଼ି ମା’କୁ ତଳେ ପକାଇ ଦେଉଛି ପୁଅ ।
ଏତିକିରେ ବି ମନ ବୁଝିଲା ନାହିଁ ଯେ, ଶେଷରେ ମା’ ପେଟରେ କାଠ ଗଣ୍ଡି ପକାଇ ଚଢ଼ିଗଲା ଯୋଗଜନ୍ମା ପୁଅ । ବର୍ତ୍ତମାନ ଏମିତି ଏକ ଭିଡ଼ିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଭିଡ଼ିଓଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହେଉନାହିଁ । ଯେହେତୁ ବୁଢ଼ି ମା’ଟି ଓଡିଆ ଭାଷାରେ କାକୁତିମୀନତି ହୋଇ ଅନୁରୋଧ କରୁଛି ତେଣୁ ଘଟଣାଟି ଓଡିଶାର କେଉଁ ଅଞ୍ଚଳର ବୋଲି ଜଣାପଡୁଛି । ୧୦ମାସ ୧୦ଦିନ ଧରି ପୁଅକୁ ଜନ୍ମ ଦେଇଥାଏ ମା’ । କୁହାଯାଏ ମା’ଋଣ ସୁଝି ହୁଏନା । କିନ୍ତୁ ଯେଭଳି ଭାବେ ପୁଅଟି ଏଠି ମା’ ଉପରେ ଦାଉ ସାଧୁଛି ଏହା ନିହାତି ଭାବେ ନିନ୍ଦନୀୟ ଘଟଣା ।
ପୁଲିସ ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସୂଚନାଯୋଗ୍ୟ, ଠିକ ୩ଦିନ ତଳେ ବରଗଡ଼ ଗାଇସିଲାଟ ଅଞ୍ଚଳରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବା ପରେ ଏବେ ଅଭିଯୁକ୍ତ ବୋହୂକୁ ପୁଲିସ ଗିରଫ କରିଛି ।
Akshaya Kumar Pattanaik
that bloody idiot rascal son should immediately be hanged.