ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା କଟକଣା ମଧ୍ୟରେ ଦୀର୍ଘ ୧୦ ମାସ ପରେ ଆଜିଠୁ ଖୋଲିଲା ଅଙ୍ଗନବାଡି କେନ୍ଦ୍ର । ଏନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ଭିତରେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ମନା । ମାସରେ ୨୫ ଦିନ ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ମାତ୍ର ୨ ଘଣ୍ଟା ଲେଖାଏଁ ଖୋଲିବ କେନ୍ଦ୍ର ।
ସେହିପରି କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହିଥିବା ପିଲାମାନଙ୍କ ଘରେ ଖାଦ୍ୟ ପହଞ୍ଚାଇ ଦିଆଯିବ । ଶ୍ରେଣୀଗୃହରେ ଅଧିକ ପିଲାଥିଲେ ଅଙ୍ଗନବାଡି କେନ୍ଦ୍ରକୁ ସେମାନେ ଗ୍ରୁପରେ ଆସିବେ । ଆସନ୍ତା ଶନିବାର ଦିନଠାରୁ ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯିବ । ଗର୍ଭବତୀ ମହିଳାଙ୍କ ଘରେ ଖାଦ୍ୟ ଯୋଗାଇ ଦିଆଯିବ । ଛୋଟପିଲାଙ୍କ ଅଭିଭାବକ ମାନଙ୍କୁ କେନ୍ଦ୍ରକୁ ନ ଆସିବା ପାଇଁ ବାରଣ କରାଯାଇଛି ।
କେନ୍ଦ୍ରାପଡା ଜିଲ୍ଲାରେ ୭୦୦ ରୁ ଉଦ୍ଧ୍ୱର୍ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇନଥିବାରୁ ପିଲାଙ୍କୁ ସ୍କୁଲଠାରୁ ଆରମ୍ଭ କରି ଘରୋଇ ବାରଣ୍ଡାରେ ବସି ପାଠପଢିବାକୁ ପଡିବ । ଏହି ଗ୍ରାମରେ ୩ ଟି ଅଙ୍ଗନବାଡି କେନ୍ଦ୍ର ରହିିଛି । ଏହି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ଗୃହ ନିର୍ମାଣ ହୋଇନାହିଁ ।ଏନେଇ ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ଭାର କହିଥିଲେ ମଧ୍ୟ କେହି ଶୁଣି ନାହାନ୍ତି ।
ଜିଲ୍ଲାରେ ୪୨୧ ଟି ନିର୍ମାଣଧୀନ ଏହି ପ୍ରକଳ୍ପର କାର୍ଯ୍ୟ ୨୦୧୯ ରୁ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହେେଇ ନାହିଁ ।ଶିଶୁଙ୍କୁ ଟିକାକରଣ , ପ୍ରାକଶିକ୍ଷା , ଅପପୃଷ୍ଟି ରୋକିବାଠାରୁ ଆରମ୍ଭ କରି ଅସହା୪ ବୃଦ୍ଧାବୃଦ୍ଧଙ୍କ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଶ ଏହି କେନ୍ଦ୍ରରେ କରିବା ପାଇଁ ସରକାର ନିୟମ କରିଛନ୍ତି ।