ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସଂସଦରେ ଦେଶର କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆରମ୍ଭରୁ ସେ କରୋନା ଟୀକାକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ସାରା ଦୁନିଆରେ କରୋନାର ପ୍ରଭାବ ପଡିଛି ଏବଂ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଭାରତ ବଡ ପଦକ୍ଷେପ ଗ୍ରହଣ କରିଛି । କରୋନା ଟୀକା ପାଇଁ ବଜେଟରେ ୩୫ ହଜାର କୋଟି ଟଙ୍କା ରଖା ଯାଇଛି ।
ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି କି, ସ୍ୱାସ୍ଥ୍ୟ ଏବଂ ହେଲ୍ଥକେୟାର ସେକ୍ଟର ପାଇଁ ସରକାର ବଜେଟ ୯୪ ହଜାର କୋଟି ଟଙ୍କାରୁ ବଢାଇ ୨.୩୮ ଲକ୍ଷ କୋଟି ଟଙ୍କା କରିଛନ୍ତି । ଏହା ଜରିଆରେ ଦେଶରେ ସମସ୍ତ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସୁବିଧା ଦିଆଯିବ ।