ତାଳଚେର (ଏଟିଆର ବ୍ୟୁରୋ): ଓଡିଶାର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଏକ ଶକ୍ତି ପୀଠ ହେଉଛି ହିଙ୍ଗୁଳା ପୀଠ । ମା’ଙ୍କର ଏହି ପବିତ୍ର ପୀଠ ତାଳଚେରର ଉତ୍ତରରେ ସିମହଡା ନଦୀ କୂଳରେ ଅବସ୍ଥିତ ।
ଏହିମନ୍ଦିରରେ ଗୋପାଳପ୍ରସାଦ ଏବଂ ଆଖ ପାଖର ଲୋକମାନେ ମିଶି ଭକ୍ତିର ସହ ମା’ ହିଙ୍ଗୁଳାଙ୍କ ପୂଜା କରିଥାନ୍ତି । ଚୈତ୍ର ମାସର ବିଷ୍ଣୁ ଦମନ ଚର୍ତୁଦଶୀରେ ମା’ଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଇଥାଏ । ମା’ଙ୍କ ନିକଟରେ ଏହି ଯାତ୍ରା ୯ଦିନ ଧରି ଅନୁଷ୍ଠିତ ହୋଇଥାଏ ।
ପୌରାଣିକ ଅନୁଯାୟୀ ମା’ ହିଙ୍ଗୁଳା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରୋଷ ଘର ଛାଡି ଗୋଟେ ଦିନ ପାଇଁ ଏହି ଉତ୍ସବରେ ଯୋଗ ଦେଇଥାନ୍ତି । ଏବଂ ଭକ୍ତଙ୍କଠାରୁ ସିଧାସଳଖ ନୈବେଦ୍ୟ ଗ୍ରହଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଉତ୍ସବରେ ଲୋକ ମହୋତ୍ସବର ଆୟୋଜନ କରାଯାଇଥାଏ । ଏହାସହିତ ଏହି ପୀଠରେ ସତୀଙ୍କ ଶରୀରର ୫୦ ପ୍ରତିଶତ ସୁଦ୍ରର୍ଶନ ଚକ୍ର ଦ୍ୱାରା ୫୨ଟି ସ୍ଥାନରେ ଚାପି ହୋଇ ଯାଇଛି । ସତୀଙ୍କର ଶକ୍ତି ଏବଂ ଶ୍ରୋତ ଏହି ସ୍ଥାନରେ ରହିବା ଦ୍ୱାରା ସେହି ଦିନଠାରୁ ମା’ ହିଙ୍ଗୁଳା ନାମରେ ପୂଜାର୍ଚ୍ଚନା କରାଯାଉଛି ।
ମା’ ହିଙ୍ଗୁଳା ପ୍ରତ୍ୟକ୍ଷା ଦେବୀ ହୋଇଥିବାରୁ ଭକ୍ତମାନେ ମା’ଙ୍କ ଠାରେ ଅନେକ ମାନସିକ ରଖିଥାନ୍ତି । ମା’ଙ୍କ ଉତ୍ସବ ଦେଖିବା ଲାଗି ବହୁ ଦୁରଦୁରାନ୍ତରୁ ଭକ୍ତମାନେ ଏହି ସ୍ଥାନକୁ ଧାଇଁ ଆସିଥାନ୍ତି ।