ମୁମ୍ବାଇ (ଏଟିଆର ବ୍ୟୁରୋ): ସାଉଥ ଏବଂ ବଲିଉଡରେ ଅନେକ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଆମି ଜ୍ୟାକସନ ଆଜିକାଲି ରଜନୀକାନ୍ତଙ୍କ ସହିତ ‘ରୋବୋ ୨.୦’ରେ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ଆମି ଜ୍ୟାକସନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥି ପାଇଁ ସାରା ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଛି ।
ଏହି ଫଟୋରେ ଆମି ଜ୍ୟାକସନ ଏକ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀ ଜଣଙ୍କ ତାଙ୍କୁ ପଛ ପଟୁ ଧରିଥିବାର ଦେଖିବାକୁ ମିଳୁଛି । ଆମି ତାଙ୍କର ଏହି ଫଟୋରେ କ୍ୟାପସନ ଦେଇଥିଲେ, ‘WifeLife’ । ଏହାପରେ ଆମିଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ କନଫ୍ୟୁଜନ ଦେଖିବାକୁ ମିଳିଥିଲା । ସମସ୍ତେ ତାଙ୍କୁ ପ୍ରଶ୍ନ କରିଥିଲେ କି ‘କ’ଣ ଆପଣ ଦୁହେଁ ଲେସବିୟାନ’?
ଆମିଙ୍କ କ୍ୟାପସନରୁ ଏଭଳି ଲାଗୁଛି କି ଦୁଇ ଜଣଙ୍କ ଭିତରେ ସଂପର୍କ ଅଛି । ସେହି ଯୁବତୀ ଜଣଙ୍କ ହେଉଛନ୍ତି ୟୁକେର ଜଣେ ନାମୀଦାମୀ ମଡେଲ ନୀଲମ ଗିଲ । ଆମିଙ୍କ ବ୍ୟତୀତ ନୀଲମ ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ତାଙ୍କର ଏହି ଫଟୋ ପୋଷ୍ଟ କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି , ‘Vienna #LifeBallWithWife @iamAmyJacson ।