ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କୃଷକଙ୍କ ଆୟକୁ ଦୁଇ ଗୁଣା କରିବାର ସରକାରଙ୍କ ପ୍ରତିଶୃତିକୁ ଦୋହରାଇଛନ୍ତି । କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏଗ୍ରି ଇଂଫ୍ରା ସେସ ର ଘୋଷଣା କରିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ ର ବଜେଟରେ ପେଟ୍ରୋଲ ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ର ଏଗ୍ରି ଇଂଫ୍ରା ସେସ ର ପ୍ରସ୍ତାବ ରଖାଯାଇଛି । ଅବଶ୍ୟ ଏଥିରେ ସରକାର ସ୍ପଷ୍ଟ କରିଛନ୍ତି କି, ଏହାଦ୍ୱାରା ସାଧାରଣ ଜନତାଙ୍କ ପକେଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।
ବେସିକ ଏକ୍ସସାଇଜ୍ ଡ୍ୟୁଟି ଏବଂ ଆଡିସନାଲ ଏକ୍ସସାଇଜ୍ ଡ୍ୟୁଟି ଦର କୁ କମ କରିବା ପରେ ଏଗ୍ରିକଲଚର ସେସ୍ ଲଗାଇଛନ୍ତି ସରକାର । ଏହି ସେସ୍ ମିଳିବା ପରେ ଏହାର ବ୍ୟବହାର ଏଗ୍ରିକଲଚର ସେକ୍ଟରର ବିକାଶ ପାଇଁ କରାଯିବ ।
ଦେଶରେ ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ଆକାଶଛୁଆଁ ହୋଇଛି ପେଟ୍ରୋଲ ଏବଂ ଡିଜେଲ ଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୯୨.୮୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟଣ ପିଛା ଦର ୮୩.୩୦ ଟଙ୍କା ରହିଛି ।