ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ତୃତୀୟ ଲହରକୁ ନେଇ ଭୟବୀତ ଲୋକେ । କରୋନାର ନୂତନ ଭ୍ୟାରିଏଣ୍ଟ ଡେଲ୍ଟା ଏବେ ଆହୁରୀ ଚିନ୍ତା ବଢାଉଛି । ଏହି ଭ୍ୟାରିଏଣ୍ଟ ଏତେ ମାତ୍ରାରେ ବିପଦପୂର୍ଣ୍ଣ ଯେ ଟୀକାର ଦୁଇଟି ଡୋଜ ନେବା ପରେ ମଧ୍ୟ ଏହା ଲୋକଙ୍କୁ ସଂକ୍ରମିତ କରୁଛି । ଆଇସିଏମଆର ପକ୍ଷରୁ ଚେନ୍ନାଇରେ କରାଯାଇଥିବା ଅଧ୍ୟୟନରେ ଜଣାପଡିଛି କି, କରୋନାର ଡେଲ୍ଟା ଭ୍ୟାରିଏଣ୍ଟ କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରୁଛି ।
ଡେଲ୍ଟା ଭ୍ୟାରିଏଣ୍ଟ ଦେଶ ପାଇଁ ବିପଦ ସୃଷ୍ଟି କରୁଛି । ଭ୍ୟାରିଏଣ୍ଟ ଏତେ ମାତ୍ରାରେ ବିପଦପୂର୍ଣ୍ଣ ଯେ ଟିକା ନେଇ ମଧ୍ୟ ଲୋକ ସଂକ୍ରମିତ ହେଉଛନ୍ତି । ଏହି ଅଧ୍ୟୟନକୁ ଆଇସିଏମଆର ନେସନାଲ ଇଂଷ୍ଟିଚ୍ୟୁଟ ଅଫ୍ ଏପିଡୋମିୟୋଲୋଜି ଏବଂ ଚେନ୍ନାଇ ଦ୍ୱାରା ଅନୁମୋଦିତ କରାଯାଇଥିଲା ।