ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଉତ୍ତର ଦିଗରୁ ଥଣ୍ଡା ପବନ ବହିବା କାରଣରୁ ପ୍ରବଳ ଥଣ୍ଡାରୁ ଥରୁଛି ରାଜ୍ୟ । ଗୁରୁବାର ରାଜ୍ୟର ୮ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାର ରେକର୍ଡ କରାଯାଇଛି । ଝାରସୁଗୁଡା , ସୁନ୍ଦରଗଡ, ଦେବଗଡ , କେନ୍ଦୁଝର , ମୟୁରଭଞ୍ଜ, ଏବଂ ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
ଫୁଲବାଣୀରେ ୫.୫ ଡିଗ୍ରୀ ସବୁଠାରୁ ଥଣ୍ଡା ରହିଥିବା ବେଳେ ଦାରିଙ୍ଗବାଡିରେ ୮ଡିଗ୍ରୀ , କୋରାପୁଟରେ ୭.୫ , ଝାରସୁଗୁଡାରେ ୯.୨ , କେନ୍ଦୁଝରରେ ୯.୪ , ସୁନ୍ଦରଗଡରେ ୯.୫ , ବଲାଙ୍ଗୀରରେ ୯.୫ ଭବାନୀପାଟଣାରେ ୯.୮ ,କଟକରେ ୧୩.୪ ଏବଂ ଭୁବନେଶ୍ୱରରେ ରହିଛି ୧୪.୭ ଡିଗ୍ରୀ ରେକର୍ଡ କରାଯାଇଛି ।
ବହୁ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ ୪ ଡିଗ୍ରୀ ତଳେ ରହିଛି । ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବାର ପୂର୍ବାନୁମାନ କରିଛି ପାଣିବାଗ ବିଭାଗର କତ୍ତୃପକ୍ଷ ।