ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ଆଉ ଦୁଇଟି ନୂତନ କୋଭିଡ ୧୯ ହସ୍ପିଟାଲ କୁ ଉଦଘାଟନ କରାଯାଇଛି । ଭିଡିଓ କନଫରେନସିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର ଶୀତଳପଲ୍ଲୀଠାରେ ନୂତନ କୋଭିଡ୧୯ ହସ୍ପିଟାଲ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୨୦୦ ବେଡ୍ ରହିଥିବା ବେଳେ ୧୫ଟି ଆଇସିୟୁ ରହିଛି । ଏହାକୁ ରାଜ୍ୟସରକାର ଏବଂ ଟାଟା ମେଡିକାର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଛି ।
ସେହିପରି ଅନ୍ୟ ଏକ ନୂତନ କୋଭିଡ୧୯ ହସ୍ପିଟାଲକୁ ଯାଜପୁର ଜିଲ୍ଲା ଡୁବୁରୀ ଟାଟା ମେଡିକା ପରିସରରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ଏହି ହସ୍ପିଟାଲରେ ୧୫୦ ଟି ବେଡ୍ ରହିଥିବା ବେଳେ ୧୫ ଟି ଆଇସିୟୁ ଉପଲବ୍ଧ ଅଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନୂତନ କୋଭିଡ ୧୯ ହସ୍ପିଟାଲ ଖୋଲାଯିବା ସହ ବେଡ୍ ବୃଦ୍ଧି କରାଯାଉଛି ।