ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମ ତାର ୟୁଜର୍ସଙ୍କ ପାଇଁ ଏକ ଦମଦାର୍ ଫିଚର୍ସ ଆଣିଛି । ଏହି ଫିଚର୍ସ ଜରିଆରେ ସଙ୍ଗେ ସଙ୍ଗେ ଡିଲିଟ୍ ହୋଇଥିବା ଫଟୋ , ଭିଡିଓ ଏବଂ ପୋଷ୍ଟ ରିଷ୍ଟୋର କରିପାରିବେ ୟୁଜର୍ସ । ଏନେଇ କମ୍ପାନୀ ଏକ ବ୍ଲଗ ଜରିଆରେ ସୂଚନା ଦେଇଛି । ତେବେ ଆସନ୍ତୁ ଜାଣିବା ଏହି ଫିଚର୍ସକୁ କିଭଳି ବ୍ୟବହାର କରିବେ ୟୁଜର୍ସ ।
ଇଂଷ୍ଟାଗ୍ରାମର ନୂତନ ଫିଚର ରିସେଣ୍ଟଲି ଡିଲିଟେଡ ଫୋଲ୍ଡର ରେ ନିକଟରେ ଡିଲିଟ କରାଯାଇଥିବା ଫଟୋ, ଭିଡିଓ ଉପଲବ୍ଧ ରହିବ । ଏହି ଫୋଲ୍ଡରରେ ଷ୍ଟୋରେଜ୍ କେବଳ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ । କିନ୍ତୁ ଅନ୍ୟ ମିଡିଆ ଫାଇଲ୍ସ ୩୦ ଦିନ ପର୍ଯ୍ୟନ୍ତ ଏହି ଫୋଲ୍ଡରରେ ରହିବ । ଏଠି ଧ୍ୟାନ ଦେବା ଉଚିତ୍ କି ୟୁଜର୍ସ ତାଙ୍କ ଷ୍ଟୋରୀକୁ ୨୪ ଘଣ୍ଟା ଭିତରେ ରିଷ୍ଟୋର କରିପାରିବେ । ଏହାପରେ ଏହି ଫୋଲ୍ଡର ଗାଏବ ହୋଇଯିବ । କେବଳ ଏତିକି ନୁହେଁ ଏହି ଫିଚର ଜରିଆରେ ରିଲ୍ସ ଏବଂ ଆଇଜିଟିଭି ବି ରିଷ୍ଟୋର କରିପାରିବେ ।
ଇଂଷ୍ଟାଗ୍ରାମର ରିସେଣ୍ଟଲି ଡିଲିଟେଡ ଫୋଲ୍ଡର ଫିଚର କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଆପ୍ ଅପଡେଟ କରିବାକୁ ହେବ । ଏହାପରେ ଆପ୍ ସେଟିଙ୍ଗ କୁ ଯାଇ ଆକାଉଣ୍ଟକୁ ଯାଆନ୍ତୁ । ଏତିକି କରିବା ପରେ ରିସେଣ୍ଟଲି ଡିଲିଟେଡ ଅପ୍ସନ ସିଲେକ୍ଟ କରନ୍ତୁ ।
ସେହିପରି ଯଦି ଆପଣଙ୍କ ଆକାଉଣ୍ଟ ହ୍ୟାକର୍ସ ହ୍ୟାକ୍ କରିଦିଏ ତେବେ ଏହି କ୍ଷେତ୍ରରେ ଏହି ଫିଚର୍ସ ଆପଣଙ୍କ ପାଇଁ ସହାୟକ ପ୍ରମାଣିତ ହେବ ।