ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଟିକା ନେଲେ ଅତିରିକ୍ତ ଶାସନ ସଚିବ ପ୍ରଦୀପ ମହାପାତ୍ର । କରୋନା ମହାମାରୀ କାଳରୁ ରକ୍ଷା ପାଇବା ପାଇଁ ହେଲେ ଉଭୟ ଡୋଜ ନେବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଦୀପ କୁମାର ମହାପାତ୍ର । ଏବଂ ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ଅଛନ୍ତି ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତାକାଲିଠାରୁ ସରକାରି ଅଫିସରେ ଦିଆଯିବ କରୋନା ଟିକା । ଏବଂ ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ , ରାଜସ୍ୱ ବିଭାଗର ଅଧିକାରୀଙ୍କୁ ଓ କର୍ମଚାରୀମାନଙ୍କୁ ଏହି ଟିକା ଦିଆଯିବ । ଏଥି ନିମନ୍ତେ ଡାଟା ବେସ ପ୍ରସ୍ତୁତ କରାଯାଇଛି । ଟିକା ଯେମିତି ନଷ୍ଟ ନହୁଏ , ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାର ପରାମର୍ଶ ରହିଛି ।
ଟିକା ଦେଉଥିବା କର୍ମଚାରୀମାନଙ୍କୁ ସରକାର ଦୈନିକ ୫ ଶହ ଭତ୍ତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଦିଆଯିବ ।