ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆସନ୍ତା କାଲି ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଚକା ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । କୃଷକମାନେ ମଧ୍ୟାହ୍ନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ଚକା ଜାମର ଏକ କାର୍ଯ୍ୟକ୍ରମ କରୁଛନ୍ତି । ଏଥିପାଇଁ ଚାଷୀ ସଂଜଠନ ପକ୍ଷରୁ ଘୋଷଣା କରାଯାଇଛି ।
ସେହିପରି ଦିଲ୍ଲୀରେ କୈାଣସି କାର୍ଯ୍ୟ ହେବନାହିଁ ବୋଲି ରାକେଶ ଟିକାଇଟ କହିଛନ୍ତି । ସମଗ୍ର ଦେଶ ତଥା ଦିଲ୍ଲୀ ବାହାରେ ୩ ଘଣ୍ଟା ପାଇଁ ଚକା ଜାମ କରାଯିବ । କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ ସଂଗଠନ ଆନ୍ଦୋଳନ କରିବେ । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଚାଷୀ ଆନ୍ଦୋଳନକୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି ।
ଜାନୁଆରୀ ୩୦ ରେ କୃଷକମାନେ ଦିନିକିଆ ଉପବାସ ପାଳନ କରି କୃଷି ଆଇନକୁ ବିରୋଧ କରିଥିଲେ । ଏବଂ ୨୬ ଜାନୁଆରୀରେ ଦିଲ୍ଲୀରେ କୃଷକ ସଂଗଠନ ଏକ ଟ୍ରାକ୍ଟର ରାଲି କରିଥିଲେ । ତେବେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା ।
ଏହି ଆଇନଗୁଡିକ ସମ୍ପର୍କରେ କୃଷକ ଓ ସରକାରଙ୍କ ମଧ୍ୟରେ ୧୧ ଥର ବୁଝାମଣା ହୋଇଛି । କିନ୍ତୁ କୈାଣସି ସୁଫଳ ମିଳି ପାରି ନାହିଁ । ବହୁ ସଂଖ୍ୟକ ବିରୋଧୀ କୃଷକ , ସିନ୍ଧୁ , ଟିକ୍ରି , ପଲୱଲ , ଗାଜିପୁର ସମେତ ଅନେକ ସୀମାରେ ଅଟକ ଅଛନ୍ତି । ଏହି ଆନ୍ଦୋଳନ ହେତୁ ଦିଲ୍ଲୀର ଅନେକ ସୀମା ସିଲ୍ ହୋଇଛି ।