ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସାରା ରାଜ୍ୟରେ ପୋଲିସ କର୍ମଚାରମାନଙ୍କୁ ଦିଆଯିବ କରୋନା ଟୀକା । ଏନେଇ ରାଜଧାନୀରେ ପ୍ରସ୍ତୁତି ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ ହଜାର ସମ୍ମୁ୍ଖ ଟୀକା ନେବା ପାଇଁ ପଞ୍ଜିକୃତ କରିଛନ୍ତି । ପ୍ରଥମେ ପୋଲିସ ଡିଜି ଅଭୟ ଟୀକା ନେବେ ।
ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମଗାର୍ଡମାନଙ୍କୁ କରୋନା ଟୀକା ଦିଆଯିବ । ଭୁବନେଶ୍ୱରରେ ପ୍ରଥମ ଦିନରେ ୬ ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର କମିଶନର ଅଫିସ, ଡିସିପି ଭୁବନେଶ୍ୱର, ସପ୍ତମ ବାଟାଲିଅନ୍, ଏସ୍ଏସ୍ ବାଟାଲିଅନ୍, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୮ ହଜାର ୯୩୭ ଜଣ କର୍ମଚାରୀଙ୍କୁ ଟିକା ଦିଆଯିବ ।
ରାଜ୍ୟ ପୋଲିସ ଏକାଡେମୀର ୮ ହଜାର ୯୩୭ ଜଣ କର୍ମଚାରୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍ ହସପିଟାଲ୍, ସପ୍ତମ ବାଟାଲିଅନ୍ ହସପିଟାଲ୍ ଓ ସିପି ଅଫିସ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ । ଭୁବନେଶ୍ୱରେ ୮ ଟାରୁ ୧୦ ମଧ୍ୟରେ ଟୀକାକରଣ ହେବ ।
ସେହିପରି କଟକରେ ରାଜ୍ୟ ପୋଲିସ ସଦର ମହାକୁମା , ଡିସିପି କ୍ରାଇମବାଞ୍ଚ , ଦୁର୍ନୀତି ନିବାରଣ ବିଭାଗ , ଷଷ୍ଠ ବାଟାଲିୟନ ପ୍ରମୁଖ ୧୧ ଟି ପ୍ରତିଷ୍ଠାନର କର୍ମଚାରୀଟିମ ହୋମ୍ ଗାର୍ଡଙ୍କୁ ଟୀକା ଦିଆଯିବ । ପୋଲିସଙ୍କ ପାଇଁ ୭ ଟି ସେସନରେ ଟୀକାକରଣ କରାଯାଇଛି ।
କଟକ ରୋଡ ସ୍ଥିତ ଯାତ୍ରୀନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ ୭ମ ବାଟାଲିଅନ ଟୀକାକରଣ ନେବେ । ପ୍ରତିକେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଟୀକାକରଣ କରିବେ । ସକାଳ ୯ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି ।