ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ନୂତନ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ୧୨ ଲଞ୍ଚ କରିଛି । ଏହି ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା ସାମସଙ୍ଗ ଗାଲାକ୍ସି ଏମ୧୧ ଅପଗ୍ରେଡେଡ ଭର୍ସନ । ଗାଲାକ୍ସି ଏମ୧୨ କୁ କ୍ୱାଡ କ୍ୟାମେରା ସେଟଅପ୍ ଏବଂ ସାଇଡ ମାଉଁଟେଡ ଫିଙ୍ଗରପ୍ରିଣ୍ଟ ସେଂସର ସହିତ ଲଞ୍ଚ କରାଯାଇଛି ।
ଓାମସଙ୍ଗ ଗାଲାକ୍ସି ଏମ୧୨ ର ଦାମ୍ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ । ବର୍ତ୍ତମାନ ଏହି ଫୋନ୍ ଟିକୁ ଭିଏତନାମରେ ଲଞ୍ଚ କରାଯାଇଛି । ଫୋନ୍ ଟି ଆଟ୍ରାକ୍ଟିଭ୍ ବ୍ଲାକ, ଏଲିଜେଣ୍ଟ ବ୍ଲୁ ଏବଂ ଟ୍ରେଣ୍ଡି ଏମରଲ୍ଡ ଗ୍ରୀନ୍ ସହିତ ଆସିବ । ସେହିପରି ଭୋରତରେ ଏହି ଫୋନ୍ କେବେ ଲଞ୍ଚ ହେବ ସେନେଇ କୌଣସି ସୂଚନା ନାହିଁ ।
ଫୋନ୍ ରେ ଡୁଆଲ ସିମ ସପୋର୍ଟ ସହିତ ଏଣ୍ଡ୍ରୋଏଡ ଓଏସ ଆଧାରିତ ୱାନ ୟୁଏଲ କୋର ଦିଆଯାଇଛି । ଏଥିରେ ୬.୫ ଇଞ୍ଚ ର ଏଚଡି ପ୍ଲସ ଡିସପ୍ଲେ ରହିଛି । ଯାହାର ରିଜଲ୍ୟୁସନ ୭୨୦ଞ୍ଚ୧୬୦୦ ପିକ୍ସଲ । ଫୋନ୍ ରେ ଟିଏଫଟି ଇନଫିନିଟି-ବି ଡିସପ୍ଲେ ରହିଛି । ସାମସଙ୍ଗର ଏହି ଫୋନ୍ ରେ ଏକ୍ସିସନ୍ ୮୫୦ ପ୍ରୋସେସର, ୩/୪/୬ ଜିବି ର୍ୟାମ ଏବଂ ୩୨/୬୪/୧୨୮ ଜିବି ଷ୍ଟୋରେଜ୍ ରହିଛି । ଯାହାକୁ ମେମୋରିକାର୍ଡ ସହାଯ୍ୟରେ ୧ ଡିବି ପର୍ଯ୍ୟନ୍ତ ବଢାଯାଇପାରେ ।
ସେହିପରି ଯଦି କ୍ୟାମେରା କଥା କହିବା ତେବେ ଏଥିରେ ଚାରୋଟି ରିୟର କ୍ୟାମେରା ରହିଛି । ଯେଉଁଥିରେ ମେନ୍ ଲେନ୍ସ ୪୮ ମେଗାପିକ୍ସଲ ବିଶିଷ୍ଟ । ଦ୍ୱିତୀୟ ଲେନ୍ସ ୫ ମେଗାପିକ୍ସଲର , ତୃତୀୟ ଏବଂ ଚତୁର୍ଥ ଲେନ୍ସ ୨ ମେଗାପିକ୍ସଲ ଯୁକ୍ତ । ଅନ୍ୟପଟେ ସେଲ୍ଫି ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।