ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଠକାମିର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅ । କେଜ୍ରିୱାଲଙ୍କ ଝିଅ ଏକ ପୁରୁଣା ସେଫାକୁ ଅନଲାଇନରେ ବିକ୍ରି କରୁଥିଲେ । ଏହାର ଫାଇଦା ଉଠାଇ ଅନଲାଇନ ଠକମାନେ ତାଙ୍କଠାରୁ ୩୪ ହଜାର ଟଙ୍କା ଠକି ନେଇଥିଲେ ।
ଠକମାନେ ନିଜକୁ ସୋଫାର ଗ୍ରାହକ ଭାବେ ପରିଚୟ ଦେଇଥିଲେ । ବ୍ୟକ୍ତି ଜଣଙ୍କ ଝିଅର ମନରେ ପ୍ରଥମେ ବିଶ୍ୱାସ ଜିଣିବା ପାଇଁ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ । ଓ ପରେ ସେ ମନ୍ତ୍ରୀଙ୍କ ଝିଅକୁ ଏକ ବାର କୋଡ ସ୍କାନ କରିବା ପାଇଁ କହିଥିଲେ । ଏହା ପରେ ବାର କୋଡ ସ୍କାନ କରିବା ମାତ୍ରେ ଝିଅଙ୍କ ଆକାଉଣ୍ଟରୁ ପ୍ରଥମେ ୨୦ ହଜାର ଏବଂ କିଛି ସମୟ ପରେ ୧୪ ହଜାର ଟଙ୍କା କଟି ଯାଇଥିଲା ।
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା କଟି ଯାଇଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ସିଭିଲ ଲାଇନ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଏହି ମାମଲା ରୁଜୁ କରି ଠକେଇ କରିଥିବା ଡକାୟତଙ୍କୁ ଖୋଜିବା ଆରମ୍ଭ କରିଛି ।