କଟକ(ଏଟିଆର ବ୍ୟୁରୋ):ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ନେଇ କଠୋର ହେଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ ହୋଇଛି । ହସ୍ପିଟାଲରେ କୋ÷ଣସି ରୋଗୀ ଚିକିତ୍ସା ବା ଡାକ୍ତରୀ ପରୀକ୍ଷା ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ହସ୍ପିଟାଲରେ ଅଗ୍ନିକାଣ୍ଡ ହେବାପରେ କତ୍ତୃପକ୍ଷଙ୍କୁ ସୋ କଜ ନୋଟିସ ହୋଇଥିଲା । କୈାଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ । ହସ୍ପିଟାଲ୍ ପରିଚାଳନା ପାଇଁ ସମସ୍ତ ଲାଇସେନ୍ସ ଓ ଅଗ୍ନି ନିରାପତ୍ତା ଲାଇସେନ୍ସ ଆଣିବା ପରେ ଖୋଲିବା ନେଇ ନିଷ୍ପତି ଗ୍ରହଣ କରାଯିବ ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର କହିଛନ୍ତି ଯେ ପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ନ ମିଳିଛି ସେ ପର୍ଯ୍ୟନ୍ତ ହସ୍ପିଟାଲ ବନ୍ଦ ରହିବ । ସେଡିପରି କଟକରେ ଥିବା ଅନ୍ୟାନ୍ୟ ଘରୋଇ ହସ୍ପିଟାଲକୁ ଯାଞ୍ଚ କରିବା ଲାଗି ବିଭିନ୍ନ ବିଭାଗର ଟିମ୍ ଗଠନ ହୋଇଛି । ଖୁବ୍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।