ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଆଜି ସଂସଦରେ କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ ରାଜନାଥ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଦୀର୍ଘ ଦିନ ହେବ ଲାଗିରହିଥିବା ଭାରତ ଏବଂ ଚୀନ୍ ସୀମା ବିବାଦ ଏବେ ଶେଷ ହୋଇଯାଇଛି । ଏଲଏସି ନିକଟରେ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ସୈନ୍ୟ ଗତିରୋଧ ସମାପ୍ତ ହୋଇଯାଇଛି । ଏଲଏସି ନକଟବର୍ତ୍ତି ପୈଙ୍ଗୋଗ ହ୍ରଦ ବିବାଦ ଉପରେ ବୁଝାମଣା ହୋଇଯାଇଛି । ଏବଂ ଏଠାରୁ ଦୁଇ ଦେଶର ସେନା ନିଜ ନିଜର ସୈନକଙ୍କୁ ପଛକୁ ହଟାଇବେ ।
ରାଜ୍ୟସଭାରେ ରାଜନାଥ ସିଂହ କଡା ଶବ୍ଧରେ କହିଛନ୍ତି କି, ଭାରତ ଜମି ଉପରେ ଚୀନ୍ କବ୍ଚା କରି ରହିଛି । କିନ୍ତୁ ଆମେ ଆମର ଏକ ଇଞ୍ଚ ଜମି ବି ଛାଡିବୁନି । ଏଲଏସି ଉପରେ ବିଚର କରିବାକୁ ଚୀନ୍ କୁ ଅନୁରୋଧ କରାଯାଇଛି । ଏଲଏସି ରେ ସାମ୍ପ୍ରତିକ ପରିସ୍ଥିତିକୁ ପରିବର୍ତ୍ତନ କରିବା ଉଚିତ୍ ନୁହେଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ୨୦୨୦ ମସିହା ସେପ୍ଟମ୍ବର ମାସରୁ ହିଁ ଭାରତ ଏବଂ ଚୀନ୍ ସେନା ଏବଂ ରାଜନୈତିକ ସ୍ତରରେ ଆଲୋଚନା ଚାଲିଛି । ପୌଙ୍ଗୋଙ୍ଗ ହ୍ରଦ ରୁ ଦକ୍ଷୀଣ ଏବଂ ଉତ୍ତରରେ ବୁଝାମଣା ହୋଇଯାଇଛି । ଦୁଇ ପକ୍ଷ ନିଜ ନିଜର ସେନାଙ୍କୁ ପଛକୁ ହଟାଇବେ । ଫିଙ୍ଗର ୮ ରେ ରହିବ ଚୀନ ଏବଂ ଫିଙ୍ଗର ୩ ରେ ରହିବ ଭାରତ ।