ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ୩ ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଯାଇଥିବାରୁ ଏହି ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଅଦାଲତର ଅବମାନନା ନେଇ ପିଟିଶନ ଦାଖଲ କରିଥିଲେ ।
ପ୍ରଧାନବିଚାରପତି ଏସ.ଏ.ବେବ୍ଡେଙ୍କ ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବେ । ଓଡିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ ପିଟିଶନର ଖୁବ ଶୀଘ୍ର ଶୁଣାଣି ପାଇଁ ତାଲିକାଭୁକ୍ତ କରାଇଛନ୍ତି ।
୧୯୬୮ ମସିହାରେ ସବୋର୍ଚ୍ଚ ନ୍ୟାୟାଳୟ କୋଟିଆର ବିବାଦୀୟ ଅଞ୍ଚଳରେ ସ୍ଥିତି ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ଅଦାଲତର ଅବମାନନା ପାଇଁ ପିଟିଶନ ଦାଏର କରିଛନ୍ତି ।
ଆନ୍ଧ୍ର ସରକାର ଗତବର୍ଷ ମାର୍ଚ୍ଚ ୫ ରେ ବିଜିଆନଗରମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଆନ୍ଧ୍ର ସରକାର ଜାଣିଶୁଣି କୋରାପୁଟର କୋଟିଆ ଜନଜାତି ରହୁଥିବା ୩ ଟି ଗ୍ରାମକୁ ବିଜିଆନଗରମ୍ ଜିଲ୍ଲାର ସାଲୁର ମଣ୍ଡଳରେ ସାମିଲ କରିଛନ୍ତି ।