ଶ୍ରୀନଗର(ଏଟିଆର ବ୍ୟୁରୋ):କୁଲଗ୍ରାମ ଜିଲ୍ଲାର ବେସୁ ଅଞ୍ଚଳରେ ତିନିଜଣ ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୋଲିସ । ବିଜେପି କର୍ମୀଙ୍କ ଛଡା ଜଣେ ପୋଲିସ କର୍ମୀଙ୍କୁ ମଧ୍ୟ ଖୋଲିଦ ହତ୍ୟା କରିଛନ୍ତି । ଗତକାଲି ସାମ୍ବା ଜିଳ୍ଲାରୁ ତାଙ୍କୁ ଗିରଫ କରାଯାଇଛି ।
ଖାଲିଦ କୁଲଗାମରେ ୩ ବିଜେପି ନେତାଙ୍କ ସମେତ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲା । ଅକ୍ଟୋବର ୨୯ରେ କୁଲଗାମର ବାଇକ ପୋରା ଅଞ୍ଚଳରେ ୩ ବିଜେପି କାର୍ୟ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା ।
ଫେବ୍ରୁଆରି ୧୨ ଓ ୧୩ ରାତ୍ରୀରେ ସାମ୍ବାରରୁ ଅନନ୍ତନାଗର ଦଳେ ପୁଲିସ ‘ଦି ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ଆତଙ୍କବାଦୀ ଜହୁର ଅହମଦ୍ ରାଠର୍ ଓରଫ୍ ସାହିଲ୍ ଓରଫ୍ ଖାଲିଦଙ୍କୁ ଗିରଫ କରିଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।