ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଆନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ତାର ୫୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ନିଜ ସାଟେଲାଇଟ୍ ସେଣ୍ଟରକୁ ଘରୋଇ କମ୍ପାନୀ ପାଇଁ ଖୋଲିଛି । ଭାରତୀୟ ଷ୍ଟାର୍ଟ ଅପ୍ ର ଦୁଇଟି ସାଟେଲାଇଟ ସ୍ପେସକିଡଜ ଇଣ୍ଡିଆ ଏବଂ ପିକ୍ସଲ କୁ ଇସ୍ରୋର ୟୁଆର ରାଓ ସାଟେଲାଇଟ କେନ୍ଦ୍ରରେ ପରୀକ୍ଷଣ କରାଯାଇଛି । ଏହା ସେତେବେଳେ ହୋଇଛି ଯେତେବେଳେ ଭାରତ ଗତବର୍ଷ ଜୁନ୍ ରେ ନିଜ ଆନ୍ତରୀକ୍ଷ କ୍ଷେତ୍ରକୁ ଘରୋଇ କମ୍ପାନୀ ଖୋଲିବାର ଘୋଷଣା କରିଥିଲା ।
ଏଥିପାଇଁ ଭାରତୀୟ ରାଷ୍ଟ୍ରୀୟ ଆନ୍ତରୀକ୍ଷ ସଂବର୍ଦ୍ଧନ ଏବଂ ପ୍ରାଧିକରଣ କେନ୍ଦ୍ର(ଇନ୍-ସ୍ପେସ) ର ସ୍ଥାପନା କରାଯାଇଥିଲା । ଏହି ସଂସ୍ଥା କେବଳ ଘରୋଇ କ୍ଷେତ୍ରରେ ଆନ୍ତରୀକ୍ଷ ଗତିବିଧିକୁ ତଦାରଖ କରିବେ ତାହାନୁହେଁ ବରଂ ଇସ୍ରୋର ସୁବିଧାକୁ ସମ୍ଭାଳିବାର କାମ କରିବେ ।
ଦୁଇଟି ସାଟେଲାଇଟକୁ ମଞ୍ଜୁରୀ ଦେଇଛି ଇସ୍ରୋ । ଏଥିରେ ଏକ ଘରୋଇ କମ୍ପାନୀର ସାଟେଲାଇଟ ଏବଂ ଅନ୍ୟଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକସିତ କରାଯାଇଛି । ଏଥିରେ ସ୍ପେସକିଡଜ ଇଣ୍ଡିଆକୁ ଛାତ୍ରଛାତ୍ରୀମାନେ ବିକସିତ କରିଛନ୍ତି । ଅନ୍ୟପଟେ ଚଳିତ ମାସ ଶେଷ ସୁଧା ଇସ୍ରୋ ନିର୍ଦ୍ଧାରିତ ପିଏସଏଲଭି ମିସନ ଅନୁଯାୟୀ ବାଣିଜ୍ୟିକ ସାଟେଲାଇଟକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ଅଛି ।